ଆସ୍କା,୧୯/ ୪: ଲକ୍ ଡ଼ାଉନ ସମୟରେ ଘୁମସୁର ଜିଲ୍ଲାରେ ଅନେକ ଗରୀବ, ଅସହାୟ ବ୍ୟକ୍ତିଙ୍କ ପକ୍ଷେ ଦୁଇ ବେଳା ଆହାର ଯୋଗାଡ଼
କରିବା ସମ୍ଭବ ହୋଇପାରୁ ନାହିଁ । ଏହିଭଳି ଘଡ଼ିସନ୍ଧି ସମୟରେ ଅସହାୟ, ନିସ୍ୱ ଓ ନିରାଶ୍ରୟମାନଙ୍କ ନିମନ୍ତେ ସହାୟତାର ହାତ ବଢ଼ାଇ ସ୍ୱୟଂସେବକମାନେ ସେମାନଙ୍କ ସେବାରେ ଆଗେଇ ଆସିଛିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆସ୍କା ତରଫରୁ ୩ଟି ସ୍ଥାନରେ ୪ ଦିନ ଧରି ୧୬୨ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ୧୭ଟି ସ୍ଥାନରେ ରାସନ ସାମଗ୍ରୀ ବିତରଣ କରାଯାଇଛି । ଆସ୍କାର ବିଭିନ୍ନ ଅଂଚଳରେ ରହୁଥିବା ଅସହାୟ, ନିସ୍ୱ ଓ ନିରାଶ୍ରୟମାନଙ୍କୁ ୨୦୦୦ ମାସ୍କ ଯୋଗାଇଛନ୍ତି ସ୍ୱୟଂସେବକ । ପଶୁପକ୍ଷୀ ଓ ଗାଈ ମାନଙ୍କୁ ୧୨ଟି ସ୍ଥାନରେ ଖାଦ୍ୟ ଯୋଗାଇ ଦିଆଯାଇଛି । ୧୧୭ ଜଣ ସ୍ୱୟଂସେବକ ଏହି ସବୁ ସେବାକାମରେ ଯୋଗ ଦେଇଥିଲେ । ନର ସେବା ହିଁ ନାରାୟଣ ସେବା ,ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ କାର୍ଯ୍ୟକାରୀ କରିଛନ୍ତି ଘୁମୁସର ଜିଲ୍ଲା ସଂଘର ସ୍ୱୟଂସେବକ ।
Comments
Post a Comment