ଝାରସୁଗୁଡା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ସେବାଭାରତୀର ସେବା

ଝାରସୁଗୁଡା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ସେବାଭାରତୀ ଓ ଅନ୍ୟ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଗତ ମାର୍ଚ୍ଚ ୨୨ ତାରିଖଠାରୁ ସେବା ପାଇଁ ପ୍ରସ୍ତୁତ ଆରମ୍ଭ କରି ଦୀର୍ଘ ମାସାଧିକ କାଳ ଭୋଜନକେନ୍ଦ  ମାଧ୍ୟମରେ ପୁରା ସହରରେ ଭିକାରୀ ଗରିବ ଶ୍ରମିକ, ଅସୁବିଧାର ପଡିଥିବା ଯାତ୍ରୀମାନଙ୍କୁ ଭୋଜନ ବ୍ୟବସ୍ଥା କରାଇଥିଲା । ମୋଟର ସାଇକେଲ ମାଧ୍ୟମରେ ସରକାରୀ ସହାୟତାରେ କଥାବାର୍ତ୍ତା କରି ସହରରେ ସର୍ଭେକରି ଧିରେ ଧିରେ ସବୁପ୍ରକାର ବ୍ୟବସ୍ଥା ରାସନ ସାମାନ ଯୋଗାଇଦେବା ସହ ମାସ୍କ, ସାବୁନ,ସ୍ୱଛତା ସଚେତନା କାର୍ଯ୍ୟକ୍ରମ କରିବା ସହିତ ବିଭିନ୍ନ ପ୍ରକାରର ୧୨୦ ରୁ ଅଧିକ ସେବା କାର୍ଯ୍ୟ ଜିଲ୍ଲାରେ କରାଯାଇଛି । ୨୭୦୦୦ ରୁ ଅଧିକ ଭୋଜନ ପ୍ୟାକେଟ୍ ବିତରଣ ହୋଇଅଛି, ବେଲପାହାଡ ବ୍ରଜରାଜନଗର ପ୍ରଭୃତି ଅଞ୍ଚଳରେ ୪୦୦ ପରିବାର ପର୍ଯ୍ୟନ୍ତ ଜଣେ ପରିବାର ପିଛା ୭ କେଜି ଚାଉଳ, ୨ କେଜି ଡାଲି, ବିସ୍କୁଟ ପ୍ୟାକେଟ୍ ଇତ୍ୟାଦି ଦିଆଯାଇଛି, ଏହି କାର୍ଯ୍ୟରେ ଜିଲ୍ଲା କାର୍ଯ୍ୟବାହ ରମାକାନ୍ତ ପ୍ରଧାନ ସଂଘ ଚାଳକ ମା. ରମେଶ ଚନ୍ଦ୍ର ଗାନ୍ଧୀ, ଯୁଦ୍ଧିଷ୍ଟିର ପ୍ରଧାନ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ଦେହୁରୀ, ଅଶୋକ ଗାନ୍ଧୀ, ସଞ୍ଜୀବ ଭାଇ ଓ ମୁକେଶ ଭାଇ ପ୍ରମୂଖ ଯୋଗଦାନ କରି ସେବା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଗୋମାତା, କୁକୁରମାନଙ୍କ ପାଇଁ ମଧ୍ୟ ଖଦ୍ୟ ଔଷଧ ବ୍ୟବସ୍ଥା ହେଇଥିଲା ।

Comments