ଓଡ଼ିଶାର ହଟ୍‌ସ୍ପଟ୍ ଖୋର୍ଦ୍ଧା ଜିଲ୍ଲା



ନୂଆଦିଲ୍ଲୀ,୧୫ା୪: ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍‌ସ୍ପଟ୍ ଜିଲ୍ଲାର ତାଲିକା ପ୍ରକାଶ ପାଇଛି । ଦେଶର ୧୭୦ ହଟ୍‌ସ୍ପଟ୍ ଜିଲ୍ଲା ମଧ୍ୟରେ ରହିଛି ଖୋର୍ଦ୍ଧା । ଓଡ଼ିଶାର ଖୋର୍ଦ୍ଧାକୁ ହଟ୍‌ସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ କରାଯାଇଥିବା ବେଳେ କ୍ଲଷ୍ଟର ହଟ୍‌ସ୍ପଟ୍ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି । ସେହିପରି ଅଣ ହଟ୍‌ସ୍ପଟ୍ ତାଲିକାରେ ଓଡ଼ିଶାର ୭ଜିଲ୍ଲା ରହିଛି । ସେହି ଜିଲ୍ଲା ଗୁଡିକ ହେଲା କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡ଼ । ସେହିପରି ୨୭୦ଟି ଜିଲ୍ଲାକୁ ନନ୍ ହଟସ୍ପଟ୍ ତାଲିକାରେ ରଖାଯାଇଛି । ଅର୍ଥାତ ଏଠାରେ ସଂକ୍ରମିତ ଆଶଙ୍କା କମ ଓ ଏହା ଗ୍ରୀନ ଜୋନରେ ରହିଛି । ହଟସ୍ପଟ ଜିଲ୍ଲାର ଅର୍ଥ ପ୍ରତିଦିନ ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ନନ୍ ହଟସ୍ପଟ୍ ଜିଲ୍ଲାର ଅର୍ଥ, ଏଠାରେ କରୋନା ରୋଗୀ ଅଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ବହୁତ କମ ନୂଆ ରୋଗୀ ବହୁତ କମ ସାମ୍ନାକୁ ଆସୁଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ବୁଧବାର କ୍ୟାବିନେଟ୍ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଏସପି, ପୌରପାଳିକା କମିଶନର ଓ ସିଏମ୍‌ଓମାନଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି । ଆଲୋଚନା ବେଳେ ହଟସ୍ପଟରେ କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ କେମିତି କାର୍ଯ୍ୟକାରୀ ହେଉଛି, ସେ କିନ୍ତୁ ଏମାନଙ୍କ ସଂଖ୍ୟା କମ ଥିବାରୁ ସେଗୁଡିକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇନାହିଁ । ଭବିଷ୍ୟତରେ ସେଭଳି ଅଞ୍ଚଳକୁ ସମ୍ଭାବ୍ୟ ହଟସ୍ପଟ ଭାବେ ଚିହ୍ନଟ କରାଯିବ । ପ୍ରତି ଜିଲ୍ଲାକୁ କୋଭିଡ-୧୯ କ୍ରାଇସିସ ମ୍ୟାନେଜମେଣ୍ଟ ପ୍ରସ୍ତୁତ କରାଯାଇଛି । ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ଯେମିତି ନ ବିଷୟରେ ପଚାରି ବୁଝିଥିଲେ । କଣ୍ଟେନମେଣ୍ଟ ଷ୍ଟ୍ରାଟେଜୀ ଅନୁଯାୟୀ, ସଂକ୍ରମିତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଟିମ ଘରଘର ବୁଲି ଆକ୍ଟିଭ କେସକୁ ଠାବ କରିବେ । ଏହି ଅଞ୍ଚଳରେ ରହୁଥିବା ଲୋକମାନଙ୍କର ନମୁନା ପରୀକ୍ଷା କରାଯିବ । ସେମାନେ ବିଦେଶ ଯାଇଥାଆନ୍ତୁ କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ଲୋକଙ୍କ ସଂସ୍ପର୍ଶରେ ଆସି ନଥିଲେ ବି ସେମାନଙ୍କର ପରୀକ୍ଷା କରାଯିବ । କିଛି ଅଞ୍ଚଳରେ ରୋଗୀ ଚିହ୍ନଟ ହୋଇଛନ୍ତି । ବ୍ୟାପିବ, ତା\'ର ବ୍ୟବସ୍ଥା କରିବାକୁ କୁହାଯାଇଛି । ଯେଉଁ ଅଞ୍ଚଳରେ ନୂଆ ମାମଲା ଆସିବ, ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଚିହ୍ନଟ କରାଯିବ । ସେହିପରି ଏହା ପାଖ ଅଞ୍ଚଳକୁ ବଫର ଜୋନ କୁହାଯିବ । ବର୍ତ୍ତମାନ ସେସବୁ ଅଞ୍ଚଳ ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ବିଭିନ୍ନ ରାଜ୍ୟମାନଙ୍କ ସହ ଆଲୋଚନା କରି ଦେଶରେ ମୋଟ ୧୭୦ଟି କରୋନା ହଟସ୍ପଟ ଚିହ୍ନଟ ହୋଇଛି ।

Comments