ଚାଇନା ବସ୍ତୁ ବହିଷ୍କାର ପାଇଁ ସ୍ୱଦେଶୀ ଜାଗରଣ ମଂଚର ଆହ୍ୱାନ


ଏପ୍ରିଲ ୨୫ ତାରିଖକୁ ରାଷ୍ଟ୍ରୀୟ ସ୍ତରରେ ସ୍ୱଦେଶୀ ସଂକଳ୍ପ ଦିବସ ରୂପେ ପାଳନ କରିବାପାଇଁ ଆହ୍ୱାନ ଦେଇଛି ସ୍ୱଦେଶୀ ଜାଗରଣ ମଂଚ । କରୋନା ମହାମାରୀ କାରଣରୁ ସାରା ଦେଶରେ ଚୀନ ବିରୋଧରେ ଆକ୍ରୋଶ ସୃଷ୍ଟି ହୋଇଛି । ଏହି ଆକ୍ରୋଶକୁ ସଂକଳ୍ପ ରୂପଦେବାକୁ ଲକ୍ଷ୍ୟ ରଖିଛି ମଂଚ । ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ସ୍ୱଦେଶୀ ବସ୍ତୁର ବ୍ୟବହାର ଏବଂ ଚୀନ ବସ୍ତୁର ବହିଷ୍କାର କରିବା ପାଇଁ ସଂକଳ୍ପ କରାଇଛି ସ୍ୱଦେଶୀ ଜାଗରଣ ମଂଚ । ୨୫ ତାରିଖ ସନ୍ଧ୍ୟା ୦୬:୩୦ ମିନିଟରେ ଘରେ ଘରେ ପ୍ରଦୀପ ପ୍ରଜ୍ୱଳନ କରି କରୋନା ମହମାରିରୁ ମୁକ୍ତି ପାଇଁ ଇଷ୍ଟଦେବଙ୍କୁ ପ୍ରାର୍ଥନା କରିବା ପରେ ଏହି ସଂକଳ୍ପ କରାଇ ମଂଚ ତରଫରୁ ଜନ ଜାଗରଣ ସୃଷ୍ଟି କରାଯାଇଛି । ସ୍ୱଦେଶୀ ବସ୍ତୁର ବ୍ୟବହାର ଏବଂ ଚାଇନା ବସ୍ତୁଗୁଡିକର ବହିଷ୍କାର କରିବା, ସ୍ୱଦେଶୀ ଅର୍ଥ ବ୍ୟବସ୍ଥା ଦ୍ୱାରା ବେରୋଜଗାରୀ ହଟେଇବା, ଦେଶର ସମ୍ପର୍ଣ୍ଣତା ଏବଂ ପର୍ଯ୍ୟାବରଣର ରକ୍ଷା ପାଇଁ ସଦାବେଳେ ପ୍ରୟାସରତ ରହିବା, ପରିବାରରେ ସ୍ୱଦେଶୀ ବସ୍ତୁର ବ୍ୟବହାର, ସଂଚୟ ସଂସ୍କୃତି, ସ୍ୱଦେଶୀ ଜୀବନଶୈଳୀ ପାଇଁ ଚେଷ୍ଟା, ଏହା ସହିତ ଜୈବିକ ବା ପାରମ୍ପରିକ କୃଷି ତଥା ଭାରତୀୟ କୁଟୀରଶିଳ୍ପ ଉଦ୍ୟୋଗ ଗୁଡିକୁ ପ୍ରୋତ୍ସାହିତ କରିବାର ସଂକଳ୍ପ ନେବାକୁ ମଂଚ ଆହ୍ୱାନ ଦେଇଛି । ସ୍ୱଦେଶୀ ଅର୍ଥ ବ୍ୟବସ୍ଥା ଦ୍ୱାରା ବେରୋଜଗାରୀ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ମଂଚ ତରଫରୁ କୁହାଯାଇଛି । ସାମାଜିକ ଦୂରତ୍ୱକୁ ଦୃଷ୍ଟି ଦେଇ ସ୍ୱଦେଶୀ ସ୍ୱୀକାର - ଚାଇନା ବହିଷ୍କାର, ସ୍ୱଦେଶୀ ବ୍ୟବହାର କରନ୍ତୁ - ଦେଶକୁ ସମୃଦ୍ଧ କରନ୍ତୁ ଆଦି ନାରା ଦେଇ ଏପ୍ରିଲ ୨୫ ତାରିଖ ସ୍ୱଦେଶୀ ସଂକଳ୍ପ ଦିବସ ପାଳନ  କରାଯାଇଛି ।

Comments