ମାସେ ହେଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଟିଫିନ ବଂଟନ


ନୂଆପଡା, - ନୂଆପଡା ଜିଲ୍ଲା ଖଡିଆଳ ସହରରେ ଫସି ରହିଥିବା ବାହାର ରାଜ୍ୟର ଯାଯାବର, ଶ୍ରମିକ, ବ୍ୟବସାୟୀ ମାନଙ୍କୁ ଟିଫିନ ବଂଟନ କରାଯାଉଅଛି । ଗତ ୧ ମାସ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତାଙ୍କ ଉଦ୍ୟମରେ ସହରରେ ଫସି ରହିଥିବା ଯାଯାବର, ଶ୍ରମିକ, ବ୍ୟବସାୟୀ ମାନଙ୍କୁ ପକ୍ଷରୁ ଟିଫିନ ପ୍ରଦାନ କରାଯାଉଛି । ପାଖାପାଖି ୮୦୦ ଜଣଙ୍କ ସକାଶେ ସଂଘର କର୍ମକର୍ତ୍ତା ଟିଫିନ ପ୍ରସ୍ତୁତ କରି ବଣ୍ଟନ କରି ଆସୁଛନ୍ତି । ସେମାନେ ସହରର ରାଜା ଆର୍ତତ୍ରାଣ ହାଇସ୍କୁଲ, ବ୍ଲକ ଛକ, ମୁକ୍ତାପୁର, ବସଷ୍ଟାଣ୍ଡ ସହ ଅନ୍ୟାନ୍ୟ ସ୍ଥାନରେ ଟିଫିନ ବଂଟନ କରି ଆସୁଛନ୍ତି । ଲକଡାଉନ ଦିନରୁ ଏହି ଟିଫିନ ବଂଟନ କରି ଆସୁଥିବା ବେଳେ ଲକଡାଉନ ଶେଷ ପର୍ଯ୍ୟନ୍ତ ବଂଟନ କରିବେ ବୋଲି ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନରେଶ ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ହିତେଶ ବଗର୍ତୀ, ସୁଧର ଛାପଡିଆ, ସୁଜିତ କୁମାର ପାତ୍ର, ରତନ ଲାଲ ସୋନୀ, ତାରିଣୀ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ସାମିଲ ରହି ଟିଫିନ ବଣ୍ଟନ କରି ଆସୁଛନ୍ତି । ସଂଘର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
















Comments