ନୂଆଦିଲ୍ଲୀ, ୧୬/୪ : ସାର୍କ କୋଭିଡ୍ -୧୯ ଫଣ୍ଡରରୁ ଟଙ୍କା ନେଇ ଭାରତ ଆଜି ପଡ଼ୋଶୀ ଆଫଗାନିସ୍ତାନକୁ ୫ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟ୍ୟାବଲେଟ ଦେବାକୁ ନିଷ୍ପତ୍ତି ନେଇଛି । ଭାରତ ସମେତ ଏହି ସାର୍କ ଫଣ୍ଡରେ ଅନ୍ୟ ପଡ଼ୋଶୀ ଦେଶମାନଙ୍କର ଅର୍ଥ ରହିଥିଲାୟ ଏହାକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ ବୋଲି ସମସ୍ତେ ସହମତି ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଫଗାନିସ୍ତାନକୁ ଟ୍ୟାବଲେଟ ଦେବାକୁ ନିଷ୍ପତ୍ତି ହୋଇଛିୟ । ହେଲେ ପାକିସ୍ତାନ ସହ ସୁସମ୍ପର୍କ ନଥିବାରୁ ଲଜିଷ୍ଟିକ ଉପରେ ବିଚାରବିମର୍ଶ କରାଯାଉଛି । ତଥାପି ଆଫଗାନିସ୍ତାନର ଲୋକଙ୍କ ପାଖରେ ଶୀଘ୍ର ଔଷଧ ପହଞ୍ଚାଇବା ପାଇଁ ଆମେ ସବୁ ପ୍ରକାରର ବିକଳ୍ପ ଖୋଜିବା ଆରମ୍ଭ କରିଛୁ । ଦରକାର ପଡ଼ିଲେ ଆମେ ତୃତୀୟ ପକ୍ଷର ସହଯୋଗ ନେବାକୁ ମଧ୍ୟ ପଛାଇବୁ ନାହିଁ । ସେହିପରି ଭାରତ ସରକାର ସାର୍କ ଦେଶ ଯଥା ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଓ ଭୁଟାନ ଭଳି ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଇ ସାରିଛ । ମାତ୍ର ପାକିସ୍ତାନକୁ ଏଯାଏ କ୍ଲୋରୋକୁଇନ ଦେବାକୁ କୌଣସି ବ୍ୟବସ୍ଥା ହୋଇନାହିଁ ।

Comments
Post a Comment