ନୂଆଦିଲ୍ଲୀ,୧୮ା୪ : ସାରା ବିଶ୍ୱରେ କରୋନା ଭୂତାଣୁକୁ ସଂକ୍ରମିତ କରାଇ ଭାରତ ଭଳି ବିଭିନ୍ନ ବିକାଶଶୀଳ ରାଷ୍ଟ୍ର ଗୁଡିକର ଅର୍ଥନୈତିକ ଓ ବ୍ୟବସାୟିକ କାରବାରକୁ କବଜା କରିବା ପାଇଁ ଅଭିଶନ୍ଧି ରଖିଥିବା ଚୀନ୍କୁ ଆଜି ବଡ ଝଟ୍କା ଲାଗିଛି । ଭାରତ ସରକାର ନିଜର ଏଫ୍ଡିଆଇ (ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ) ସମ୍ପର୍କିତ ନିୟମରେ ଏପ୍ରିଲ ୧୮ ତାରିଖ ଦିନ ପରିବର୍ତନ ଆଣିଛନ୍ତି । ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱଦେଶୀ ଜାଗରଣ ମଂଚ ଭୂୟସୀ ପ୍ରଶଂସା କରିଛନ୍ତି ।
ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତ ସୀମାକୁ ଲାଗିଥିବା ସମସ୍ତ ରାଷ୍ଟ୍ର ଗୁଡିକର ବ୍ୟବସାୟିକ ଅନୁଷ୍ଠାନ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମତି ଜରୁରୀ । ପୂର୍ବରୁ ଚୀନ୍ ପାଇଁ ଏହି ଅନୁମତିର ଆବଶ୍ୟକତା ନଥିଲା । ଚୀନ୍ର ଯେକୌଣସି ସେବା ଅନୁଷ୍ଠାନ କିମ୍ବା ବ୍ୟବସାୟିକ ଅନୁଷ୍ଠାନ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଅନାବଶ୍ୟକ ଥିଲା । ସେହିପରି ଆଜି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ, ମାଲିକାନାସତ୍ୱ ପରିବର୍ତନ କରି ଯଦି ଚୀନ କିମ୍ବା ଦେଶର ସୀମାକୁ ଲାଗିଥିବା ଅନ୍ୟ ରାଷ୍ଟ୍ର ଗୁଡିକର ଶିଳ୍ପ ସଂସ୍ଥା ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହିଁବ, ସେଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଜରୁରୀ । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ କରୋନା ପ୍ରଭାବରେ ପ୍ରଭାବିତ ହୋଇଥିବା ଦେଶର ବିଭିନ୍ନ ସରକାରୀ ଓ ଘରୋଇ ଶିଳ୍ପ ଓ ବ୍ୟବସାୟିକ ଅନୁଷ୍ଠାନଙ୍କ ଭବିଷ୍ୟତ କୌଣସି ପ୍ରକାରେ ଅନିଶ୍ଚିତତା ମଧ୍ୟକୁ ଯିବନାହିଁ ।

Comments
Post a Comment