ABVP ଢେଙ୍କାନାଳ ଜିଲ୍ଲା ପକ୍ଷ୍ରୁ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ


  
 ସାରା ବିଶ୍ୱ କରୋନା ମହାମାରୀ ର ସାମ୍ନା କରୁଛି l ମାନବ ସାମାଜ ଏହି ଯୁଦ୍ଧ କୁ ଲଢୁଛି l ତାଲାବନ୍ଦ କୁ ସମସ୍ତେ ସମର୍ଥନ କରି ଏହି ଯୁଦ୍ଧ କୁ ମିଳିତ ଭାବେ ଲଢୁଛନ୍ତି l ଏହି ଯୁଦ୍ଧ ରେ କିଛି ଜଣ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି l ଯେଉଁମାନେ କି ନିଜ ଜୀବନ୍ କୁ ବାଜି ଲଗେଇ ଏହି ଯୁଦ୍ଧ କୁ ନିରନ୍ତର ଭାବେ ଲଢୁଛନ୍ତି l ABVP ଢେଙ୍କାନାଳ ପକ୍ଷରୁ ଆଜି ଢେଙ୍କାନାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏହି ଭଲି ଯୋଦ୍ଧା ମାନକୁ ସମ୍ବର୍ଦ୍ଧିତ କରା ଯାଇଚି l ଗୋଲାପ ଫୁଲ, ପୁଷ୍ପ ଗୁଚ୍ଛ, ଧନ୍ୟବାଦ ପତ୍ର ପ୍ରଦାନ କରା ଯାଇଚି l ଢେଙ୍କାନାଳ ଜିଲ୍ଲା ର ଜିଲ୍ଲାପାଲ ଓ ଜିଲ୍ଲା ପ୍ରଶାସନ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଢେଙ୍କାନାଳ ମେଡିକାଲ ର ସମସ୍ତ ଡକ୍ଟର ଓ ସମସ୍ତ କର୍ମଚାରୀ, ସ୍ଵଚ୍ଛତା କର୍ମଚାରୀ, ସମ୍ବାଦିକ ଭାଇ ଭଉଣୀ,ଅଗ୍ନିଶମ ବାହିନୀ, ମେଡିସିନ ଦୋକାନୀ, ଟାଉନ ଥାନା ର ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀ, ମୁନିସପାଲ ର ସମସ୍ତ କର୍ମଚାରୀ, ବ୍ଲଡ୍ ବ୍ୟାଙ୍କ୍ ର କର୍ମଚାରୀ, ସହରରେ ନିରନ୍ତର ଭାବେ କାମ୍ କରୁଥିବା ସ୍ଵେଚ୍ଛା ସେବି ସଂଗଠନ ବଜରଙ୍ଗ କ୍ଲବ, helping hands S2 , ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏଥି ସହ ABVP ର ଏକ ପ୍ରତିନିଧି ଦଳ ସମ୍ପାଦକ ଅରିଜିତ ପଟ୍ଟନାୟକ  ଙ୍କ ନେତୃତ୍ଵରେ ଜିଲ୍ଲାପାଳ ଙ୍କୁ ABVP ଦ୍ଵାରା ଜିଲ୍ଲା ସାରା ଚାଲିଥିବା ସେବା କାର୍ଯ୍ୟ ବିଷୟରେ ଅବଗତ କରାଯିବା ସହ ପ୍ରଶାସନ କୁ ଏହି ଯୁଦ୍ଧ ରେ ସହଯୋଗ କରିବେ ବୋଲି ଆଲୋଚନା କଲେ l  ଏହି ପରି ଭାବେ ଜିଲ୍ଲା ର ଭୁବନ ଏନଏସି, ମହୁଲପାଳ, ଭୁସାଲ, କିନ୍ଗୋଳ, କାମାକ୍ଷା ନଗର୍ ABVP ପକ୍ଷ୍ୟରୁ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା କରା ଯାଇଚି l ଏହି ପରେ ଭାବେ ଢେଙ୍କାନାଳ ସହରରେ 1100 କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ବୋଲି ଜିଲ୍ଲା ସଂଯୋଜକ ବି ସୂର୍ଯ୍ୟ ରୋଶନ ସୂଚନା ପ୍ରଦାନ କରିଛନ୍ତି l  ଗୋପାଳ ନାୟକ ସିଦ୍ଧାର୍ଥ ଜେନା, ଅରୂପ ପଟ୍ଟନାୟକ, ସୂର୍ଯ୍ୟମଣୀ ଜେନା, ସ୍ମୃତି ରଞ୍ଜନ ସାହୁ, ଅଭିନବ ବେହେରା, ନଗେନ୍ ନାୟକ, ଅମିତ୍ ପଣ୍ଡା, ବିଶ୍ୱଜିତ୍ ବାରିକ, ହରମୋହନ ବେହେରା, ସୋମେନ ଧିର ଦେଓ, ଅମ୍ରିତ ଅଭିଷେକ ଦାସ, ବଦ୍ରି ବିଶାଲ ସ୍ଵାଇଁ, ଭୁବନ ନଗର୍ ସମ୍ପାଦକ ଦୀପକ ସାହୁ ପ୍ରମୁଖ ବିଭିନ୍ନ ସ୍ଥାନରେ ଯାଇ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କରାଇଥିଲେ l




Comments