ସିଧା ପ୍ରସାରଣକୁ ଦେଖିବା ପାଇଁ ସମସ୍ତ କାର୍ଯ୍ୟକର୍ତା ଓ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

ଭୂବନେଶ୍ୱର, ୨୯/୦୫  : ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ନେତା ଏବଂ ଭାରତବର୍ଷର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମୋଦି୨.୦ ସରକାରର ପ୍ରଥମ ବର୍ଷ ଆସନ୍ତା କାଲି ୩୦ ମେ ୨୦୨୦ରେ ପୂର୍ତି ହେବାକୁ ଯାଉଛି । ତିନି ତଲାକ୍ ଉଚ୍ଛେଦର ସମାପ୍ତ ପାଇଁ ଆଇନ ପ୍ରଣୟନ, ଧାରା ୩୭୦ ଉଚ୍ଛେଦ, ଲଦ୍ଦାଖକୁ ଅଲଗା କେନ୍ଦ୍ରଶାସିତ ରାଜ୍ୟ ଗଠନ କରିବା, ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ପାଇଁ ରାସ୍ତା ପ୍ରଶସ୍ତ କରିବା, ଶରଣାର୍ଥୀଙ୍କ ପାଇଁ ନାଗରିକ ସଂଶୋଧନ ଆଇନ ପ୍ରଣୟନ ଆଦି ପ୍ରମୁଖ ଗତ ବର୍ଷକ ମଧ୍ୟରେ ହୋଇଛି । ସେହିପରି ବୈଶ୍ୱିକ ମହାମାରୀ କରୋନା ଭୁତାଣୁଜନିତ ସଂକଟର ସୁପରିଚାଳନା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବିଶ୍ୱର ବହୁ ରାଷ୍ଟ୍ର ସମେତ ପ୍ରମୁଖ ସଂଗଠନଗୁଡିକ ଭୂୟସୀ ପ୍ରଶଂସା କରିଛନ୍ତି । ଗରିବକଲ୍ୟାଣ ସକାଶେ ଆର୍ଥିକ ପ୍ୟାକେଜ, ସାମାନ୍ୟ ଜୀବନଯାପନ ପାଇଁ ବିଭିନ୍ନ ପ୍ରକାରର ଯୋଜନା, ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥକ ପ୍ୟାକେଜର ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତବର୍ଷ ଗଠନ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବାସିଙ୍କୁ ଆହ୍ୱାନ ଦେଇଛନ୍ତି । ମୋଦି ୨.୦ ସରକାରର ଏକ ବର୍ଷ ପୂର୍ତି ଅବସରରେ ମାନନୀୟ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆସନ୍ତା କାଲି ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରି ଫେସବୁକ୍ ଲାଇଭ ଜରିଆରେ ପାର୍ଟୀର କାର୍ଯ୍ୟକର୍ତା ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଆସନ୍ତା କାଲି ଅପରାହ୍ନ ୪ଟାରେ ଲବମରଭକ୍ଟକ୍ଟଳ.ମକ୍ଟଜ୍ଞ/ ଈଔଚ୪ଓଦ୍ଭୟସବ, କ୍ଟ୍ରଗ୍ଦମକ୍ଟ୍ର.ଗ୍ଧଙ୍ଖ/ ଈଔଚ୪ଓଦ୍ଭୟସବ, ଚ୍ଚକ୍ଟଙ୍କଗ୍ଧଙ୍କ.ଭର/ ବଏକ୍ଟ୪୮୪ଐଗ୍ଦଦ୍ଭଣ୪, ଭହକ୍ଟ୍ରକ୍ଷସଙ୍ଖର.କ୍ଟକ୍ସଶ ରେ ହେବାକୁ ଥିବା ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କ ସମ୍ବୋଧନର ସିଧା ପ୍ରସାରଣକୁ ଦେଖିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ସମସ୍ତ କାର୍ଯ୍ୟକର୍ତା ଓ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

Comments