ଦେଶର ନାମ ‘ଇଣ୍ଡିଆ’ ନୁହେଁ ‘ଭାରତ’ ହେବା ଆବେଦନର ଶୁଣାଣି ଘୁଂଚିଲା


ନୂଆଦିଲ୍ଲୀ, ୨୯/୫  : ଦେଶର ନାମ ଇଣ୍ଡିଆରୁ ଭାରତକୁ ପରିବର୍ତନ କରିବାପାଇଁ କରାଯାଇଥିବା ଏକ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି ଘୁଂଚାଇଦେଇଛନ୍ତି । ପ୍ରକୃତରେ ଏହି ମାମଲା ପୂର୍ବରୁ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚରେ ତାଲିକାଭୁକ୍ତ ହୋଇଥିଲା, କିନ୍ତୁ ପ୍ରଧାନ ବିଚାରପତି ଶୁଣାଣି ଅଧାରୁ ଉଠି ଚାଲିଯାଇଥିଲେ । ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଏକ ବେଂଚ ଏହି ମାମଲାର ଶୁଣାଣି ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ନମାହ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନ ଉପରେ ଆଡଭୋକେଟ୍ ରାଜକିଶୋର ଚୌଧୁରୀ କହିଛନ୍ତି ଯେ ଏହି ଦେଶକୁ ଏହାର ମୂଳ ତଥା ପ୍ରାମାଣିକ ନାମ ଭାବରେ ଭାରତ ବୋଲି ମାନ୍ୟତା ଦେବା ଉଚିତ୍ । ଏଥିପାଇଁ ସମ୍ବିଧାନର ଧାରା ୧ କୁ ସଂଶୋଧନ କରାଯିବା ଆବଶ୍ୟକ । ଏହି ସଂଶୋଧନ ମାଧ୍ୟମରେ, ଏହି ଦେଶର ନାଗରିକମାନେ ସେମାନଙ୍କର ଉପନିବେଶ ଇତିହାସରୁ ଇଂରାଜୀ ନାମ ହଟାଯାଇପାରିବ ଏବଂ ସେମାନଙ୍କ ମଧ୍ୟରେ ଏକ ଜାତୀୟ ଭାବନା ସୃଷ୍ଟି କରିବ । ଦାସତ୍ୱର ପ୍ରତୀକ ଥିବା ଇଣ୍ଡିଆ ନାମ ହଟାଇବାରେ ୟୁନିଅନ ଅଫ୍ ଇଣ୍ଡିଆ ବିଫଳ ହୋଇଛି । ଦେଶର ଇଂରାଜୀ ନାମରେ ଜନସାଧାରଣ ଆହତ ହୋଇଛନ୍ତି ।

Comments