ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ କରୋନା ଯୋଦ୍ଧାଙ୍କ ସୁରକ୍ଷା ପାଇଁ ପିପିଇ କିଟ୍ ପ୍ରଦାନ

ବାଲେଶ୍ୱର: ବିଶ୍ୱ ପାଇଁ ବିପଦ ସାଜିଥିବା ମହାମାରୀ କରୋନାର ମୁକାବିଲା ପାଇଁ ସବୁଠି ଉଦ୍ୟମ ଜାରି ରହିଥିବା ବେଳେ କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ । ଏହି ପରିପେକ୍ଷୀରେ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସେ ଗୁରୁବାର ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁମେଣ୍ଟ (ପିପିଇ) କିଟ୍ ପ୍ରଦାନ କରିଛନ୍ତି । ସଦର ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଞ୍ଚାୟତ ପାଇଁ ୧୦୪ କିଟ୍ ସାଙ୍ଗକୁ ବ୍ଲକ କାର୍ଯ୍ୟାଳୟକୁ ୬ ଗୋଟି ପିପିଇ କିଟ୍ ଶ୍ରୀ ଦତ୍ତ ପ୍ରଦାନ କରିଛନ୍ତି । ଏହିଭଳି ସର୍ବମୋଟ ୧୧୦ ଗୋଟି ପିପିଇ କିଟ୍ ପ୍ରଦାନ କରିଛନ୍ତି । ସାଧାରଣ ଲୋକଙ୍କୁ କରୋନା ସଂକ୍ରମଣରୁ ରୋକିବା ପାଇଁ ନିଜକୁ ବିପଦରେ ପକାଇ କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କର ମନୋବଳ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବିଧାୟକଙ୍କ ଏହି ପଦକ୍ଷେ ପକୁ ସ୍ୱାଗତ କରିଛନ୍ତି ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ । ଏହକେରାନା ଯୁଦ୍ଧାଙ୍କୁସୁରକ୍ଷା ଦେବାରେ ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରଛନ୍ତି । ବିଧାୟକ ଶ୍ରୀ ଦତ୍ତ ନିଜେ ଅସୁସ୍ଥ ଥାଇ ମଧ୍ୟ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ଓ ବାଲେଶ୍ୱରକୁ କରୋନା ମୁକ୍ତ ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ଉଚ୍ଚ ବିଚାରର ନିଦର୍ଶନ ବୋଲି ସଦର ବିଡିଓ ନରେନ୍ଦ୍ର ଖମାରୀ କହିଛନ୍ତି । ଏହା ପୂର୍ବରୁ ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରର ଆଲୋକବ୍ୟବସ୍ଥା ପାଇଁ ବି ଶ୍ରୀ ଦତ୍ତ ସହଯୋଗ କରିଥିବା ନେଇ ସେ ସୂଚନାଦେଇଥିଲେ । ସଦର ବ୍ଲକ ପ୍ରତିନିଧି ରବିନାରାୟଣ ମହାପାତ୍ର, ବିଧାୟକଙ୍କ ବିଧାନସଭା କ୍ଷେତ୍ରର ପ୍ରତିନିଧି ଗୌରାଙ୍ଗ ଦାସ, ବିଜେପି ଜିଲ୍ଲା ଉପସଭାପତି ପର୍ଶୁରାମ ବେହେରା ସମସ୍ତ ପିପିଇ କିଟ୍ ଗୁଡିକୁ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଏବଂ ସଦର ବ୍ଲକ ବିଡିଓ ନରେନ୍ଦ୍ର ଖମାରୀଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ମୟ ଦାସ, ପବନ କମିଳା, ମାନସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

Comments