କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା



କାକଟପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାକଟପୁର ନଗର ଶାଖା ତରଫରୁ ବିଶ୍ୱ ମହାମାରୀ କରୋନା ବିରୋଧରେ ଲଢେଇ କରୁଥିବା କରୋନା ଯୋଦ୍ଧା ତଥା ଡାକ୍ତର, ନର୍ସ, ପୋଲିସ ପ୍ରଶାସନ, ଆଶା କର୍ମୀ, ସରପଂଚ, ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆଜି ମାମଙ୍ଗଳାଙ୍କ ନିକଟରେ ମାକ୍ସ, ପ୍ରଶଂସା ପତ୍ର ଦେଇ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି । ସେମାନଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ମନବଳ ଦୃଢ କରିବା ପାଇଁ ବିଶ୍ୱର ସର୍ବ ବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାକଟପୁର ନଗର ଶାଖାର ନଗର ଉପସଭାପତି ନିରଂଜନ ମୁଦୁଲିଙ୍କ ନେତୃତ୍ୱରେ ଜ୍ୟୋତି ରଂଜନ ମଲ୍ଲିକ, ଆଲୋକ କୁମାର ଦୀକ୍ଷିତ୍‌, ହିମାଦ୍ରୀ ବିଶ୍ୱାଳ, ସ୍ମୃତି ରଂଜନ ମଲ୍ଲିକ, ଜଗମୋହନ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Comments