କଟକ, ୩୦ ।୫ : କଟକନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କୁ ନେତୃତବରେ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ସଫଳତାର ଏକବର୍ଷ ପୂର୍ତ୍ତି ଉତ୍ସବ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଦେଇଥିବା ଆହ୍ୱାନ ସ୍ଥାନୀୟ ଗୌରୀଶଙ୍କର ପାର୍କ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ପାଳନ କଲା ନଗର ବିଜେପି । ବିଭିନ୍ନ ବକ୍ତାମାନେ ଏହି ଏକବର୍ଷ ମଧ୍ୟରେ ତିନ ତଲାକର ସମାପ୍ତି, କାଶ୍ମୀରରୁ ୩୭୦ ଓ ୩୫ଏ ଧାରା ଉଚ୍ଛେଦ ଜାମ୍ମୁ, କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା, ରାମ ମନ୍ଦିର ନର୍ମାଣ, ଗରିବ କଲ୍ୟାଣ ଯୋଜନା ପାଇଁ ଯୋଜନାର ସଫଳ ରୂପାୟନ ତଥା କରୋନା ମହାମାରୀର ସଫଳ ମୁକାବିଲା ସହିତ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ ଘୋଷଣା ଆଦିକୁ ବିଭିନ୍ନ ବକ୍ତାମାନେ ବଖାଣିଥିଲେ । ଏହାପରେ ଠିକ୍ ଅପରାହ୍ନହ ୫.୩୦ରେ ମୁଖ୍ୟମନ୍ତ୍ରୀ ଦେଇଥିବା ବନ୍ଦେ ଉତ୍କଳ ଜନନୀ ଗାନ ଆହ୍ୱାନକୁ ମଧ୍ୟ ସାମୁହିକ ଭାବେ ଗାଇଥିଲେ । ପ୍ରମୁଖ ନେତା ଭାବେ ସର୍ବଶ୍ରୀ ବିବେକାନନ୍ଦ ନାଏକ, ମିଲନ୍ ବଡୁ ବିଶ୍ୱରଂଜନ ମିଶ୍ର, ନନ୍ଦ କିଶୋର ଜେନା, ଦେବାନନ୍ଦ ସିଂ, ସୂର୍ଯ୍ୟ ନାରାୟଣ ବେହେରା, ରବୀନ୍ଦ୍ର ଅଗ୍ରୱାଲ, ଶ୍ରୀକାନ୍ତ ବେହେରା, ବିକାଶ ବେହେରା, ସ୍ମୃତିରଞ୍ଜନ ମିଶ୍ର, ପୁଷ୍ପିତା ମହାପାତ୍ର, ଅମିତ୍ ମିତ୍ର, ବିଶ୍ୱନାଥ ଜ୍ୟୋତିକ, ସୁବାଷ ମହାନ୍ତି, ଶୁଭାଶିଷ ବାନାର୍ଜୀ, ଭୀମସେନ ସାହୁ, ଶ୍ରୀନିବାସ ରାଓ, ରିଜୱାନ ଅଲ୍ଲି ବେଗ, ସର୍ବେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment