କେନ୍ଦ୍ର ସରକାର ଅନେକ ଆର୍ଥିକ ପ୍ୟାକେଜ ଘୋଷଣା କରିବା ସତ୍ୱେ ପ୍ରବାସୀ ମାନେ ନିଜ ରାଜ୍ୟକୁ ଫେରି ଆସୁଛନ୍ତି । ସେହି ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଯାତ୍ରାରେ ସେମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି ଉତ୍କଳ ବିପନ୍ନ ସହାୟତା ସମିତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତତ୍ୱାବଧାନରେ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଭୁବନେଶ୍ୱରର ତିନୋଟି ସ୍ଥାନ ନଖରା, ହଂସପାଳ ଓ ବରମୁଣ୍ଡା ଠାରେ ସହାୟତା ଶିବିର କାମ କରୁଥିଲା । ଗତ ମେ ୨୨ ତାରିଖ ଠାରୁ ବରମୁଣ୍ଡା ଓ ହଂସପାଳ ଠାରେ ଚାଲୁ ଥିବା ଶିବର ବନ୍ଦ ରହିଥିବା ବେଳେ ନଖରାରେ ପ୍ରବାସୀମାନଙ୍କୁ ସେବା ଯୋଗାଇ ଦିଆଯାଉଛି । ପ୍ରବାସୀମାନଙ୍କୁ ପାଣି, ସୁଖିଲା ଖାଦ୍ୟ, ସାନିଟାଇଜର, ମାସ୍କ ଆଦି ଯୋଗାଇ ଦିଆଯାଉଛି । ୧୮ ତାରିଖରେ ହଂସପାଳରେ ୨୭, ନଖରାରେ ୧୦୨ ଓ ବରମୁଣ୍ଡାରେ ୨୮, ୧୯ ତାରିଖରେ ହଂସପାଳରେ ୪୭, ନଖରାରେ ୩୮୩, ବରମୁଣ୍ଡାରେ ୩୭, ୨୦ ତାରିଖରେ ହଂସପାଳରେ ୩୦, ବରମୁଣ୍ଡାରେ ୯ ଜଣଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ଦୁଇଟି ସ୍ଥାନରେ ସେବା କାମ ବନ୍ଦ ହେବା ପରେ ନଖରାରେ ୨୩ ତାରିଖ ଦିନ ୧୫, ୨୪ ତାରିଖ ଦିନ ୮୩, ୨୫ ତାରିିଖ ଦିନ ୨୭୭, ୨୬ ତାରିଖ ଦିନ ୯୪ ଓ ୨୭ ତାରିଖ ଦିନ ୪୯୪ ଜଣ, ୨୮ ତାରିଖ ଦିନ ୧୭୬ ଜଣ,୨୯ ତାରିଖ ଦିନ ୪୧ ଜଣ, ୩୦ ତାରିିଖ ଦିନ୨୨୬ ଜଣ, ୩୧ ତାରିଖ ଦିନ ୧୧୦ ଜଣ ପ୍ରବାସୀମାନଙ୍କୁ ସ୍ୱୟଂସେବକମାନେ ସେବା ଯୋଗାଇଛନ୍ତି । ୩୧ ତାରିଖ ଦିନ ଏହି ସେବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ମୋଟ ୨୧୯୬ ଜଣ ପ୍ରବାସୀ ଶ୍ରମିକଙ୍କୁ ସେବା ଯୋଗାଇଛନ୍ତି ସ୍ୱୟଂସେବକ । କେବଳ ଭୁବନେଶ୍ୱରର ନୁହେଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ଖୋର୍ଦ୍ଧା, ବାଲେଶ୍ୱର ରେଲୱେଷ୍ଟେସନ,କଟକର ମଙ୍ଗୁଳି ଛକ ଆଦି ସ୍ଥାନରେ ପ୍ରବାସୀମାନଙ୍କ ସେବା କରିଥିଲେ ସଂଘର ସ୍ୱୟଂସେବକ ।
Comments
Post a Comment