ମୋଦି ଅନ୍ନ ଯୋଜନାରେ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ


କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡସ୍ଥ କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ କୁଲେଇ ଓ ସମଲ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ମୋଦୀ ଅନ୍ନ ଯୋଜନାରେ ୫ଶହ ଗରିବ, ଅସହାୟ, ଭିନ୍ନକ୍ଷମଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଜିଲ୍ଲାର ପୂର୍ବତନ ବିଜେପି ଜିଲ୍ଲା ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ଭାଜପାର ବରିଷ୍ଠ ନେତା ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦାନ କରିଥିଲେ । ସମଗ୍ର ଦେଶରେ କରୋନା ମହାମାରୀ ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ପରିବେଶ ସ୍ୱଛତା ରଖିବା ନେଇ ମୁଖ୍ୟଅତିଥି ଶ୍ରୀ ପାଣି ଲୋକଙ୍କ ସୁଖିଲା ସାମଗ୍ରୀ ବିତରଣ ବେଳେ ଲୋକଙ୍କୁ ସଚେତନ କରିଥିଲେ । ଏଭଳି ସଂକଟ ଜନକସ୍ଥିତିରେ ଅସହାୟ, ଗରିବ ଓ ଭିନ୍ନକ୍ଷମଙ୍କ ପାଖରେ ସିଧାସଳଖ ମୋଦୀଅନ୍ନ ଯୋଜନା ପହଁଚାଇବା କେନ୍ଦ୍ର ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ରହିଛି । ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମଦୋର ଦାସ ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶକ୍ରମେ ଆଜି ଆପଣମାନଙ୍କ ଅଂଚଳକୁ ମୋଦୀ ଅନ୍ନ ଯୋଜନା ମାଧ୍ୟମରେ ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଁଚାଇବା ହିଁ ଏକମାତ୍ର ଉଦ୍ଦେଶ୍ୟ ବୋଲି ଶ୍ରୀଯୁକ୍ତ ପାଣି ପ୍ରକାଶ କରିଛନ୍ତି । ଦେଶର ସମସ୍ତ ରାଜ୍ୟର ଗାଁ ଗଣ୍ଡାରେ ସିଧାସଳଖ ହୀତାଧିକାରୀଙ୍କ ପାଖରେ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ ଯାରୀ ରହିଛି ବୋଲି ପ୍ରାକ୍ତନ ଭାଜପା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାନ୍ତି ମତବ୍ୟକ୍ତ କରିଛନ୍ତି । ସାମ୍ପ୍ରତିକସ୍ଥିତିରେ ଅସହାୟ, ଗରିବ ଓ ଭିନ୍ନକ୍ଷମ ଲୋକଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଏହି ଯୋଜନା ଦ୍ୱାରା ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଁଚାଇ ବାକୁ ସାରା ରାଜ୍ୟରେ ଉଦ୍ୟମ ଯାରୀରହିଥିବା ପ୍ରକାଶ । ବ୍ଲକସ୍ଥ କୁଲେଇ ପଂଚାୟତର କଟରାପଡା, ଡଙ୍ଗରବେଡା, ତୁମୁଗୋଳା ଓ ସମଲ ପଂଚାୟତର ଟିପୋ, ସମଲ, ବିଲିଣ୍ଡା ଆଦି ଗ୍ରାମର ୫ଶହରୁ ଅଧିକ ହିତାଧିକାରୀଙ୍କୁ ଚୁଡା, ଚାଉଳ, ଚିନି, ଡାଲି, ସାବୁନ, ମାସ୍କ ଇତ୍ୟାଦି ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମଲ ପଂଚାୟତର ସରପଂଚ କଳ୍ପନା ସାହୁ ତାଙ୍କ ପ୍ରତିନିଧି ବିଶ୍ୱନାଥ ସାହୁ ଭାଜପା କର୍ମୀ ନିରଞନ ସାହୁ, କିଶୋର ସାହୁ, ଶିଶିର ସାହୁ ସହଯୋଗ କରିଥିବା ବେଳେ କୁଲେଇ ପଂଚାୟତର ସରପଂଚ ଅଧର ସାହୁ, ଅରୁଣ ସାହୁ, ଅଜିତ୍ ପ୍ରଧାନ, ହରିହର ଭୂକ୍ତା, ରବିନାରାୟଣ ଦେବତା, ଜୟନ୍ତ ଭୂକ୍ତା, ମିଥୁନ ବେହେରା, କେଶବ ଭୂକ୍ତା, ଗଣେଶ୍ୱର ମାଝି ପ୍ରମୂଖ ସହଯୋଗ କରିଥିଲେ । ଅନୁରୂପ ଭାବେ ଗତକାଲି ଗୋଡିବନ୍ଧ ଓ ସୁନାଖଣି ପଂଚାୟତ ଓ ବ୍ରଜନାଥ ପୁର ପଂଚାୟତ ଗ୍ରାମାଚଂଳରେ କରୋନା ବିରୋଧରେ ଲଢେଇ ଜାରୀ ରଖିବା ପାଇଁ ସାମାଜିକ ଦୂରତ୍ୱ, ମାସ୍କ, ହାତ ଧୋଇବା, ମୁହଁ ଆଖିକୁ ବାରମ୍ବାର ନଛୁଇଁବା ନେଇ ଶ୍ରୀଯୁକ୍ତ ମହାନ୍ତି ଲୋକଙ୍କୁ ସଚେତନ କରିବା ସହିତ ୭ଶହ ଗରିବ ଓ ଅସହାୟ ଲୋକଙ୍କୁ ମୋଦୀଅନ୍ନ ଯୋଜନା ସାମିଲ କରାଯାଇ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା ।


Comments