ରାଜନଗର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରାଜନଗର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଜନଗର ନଗର ଶାଖା ପକ୍ଷରୁ ରାଜନଗର ବ୍ଲକର ବିଭିନ୍ନ ପଂଚାୟତ ସଙ୍ଗରୋଧକେନ୍ଦ୍ରକୁ ପରିଚାଳନା କରୁଥିବା ସରପଂଚ,ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡିକର୍ମୀ, ଆଶାକର୍ମୀ,ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ସାମ୍ବାଦିକ, ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧାର ସମ୍ମାନ ଦିଆଯାଇଥିଲା । ପରିଷଦର ୩୫ଜଣ କାର୍ଯ୍ୟକର୍ତା ଏହି ବ୍ଲକର ୫୫୦ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗ ସହ ପ୍ରମୁଖ ମନୋରନ ମିଶ୍ର, ବାଲେଶ୍ୱର ଜିଲ୍ଲା ସଙ୍ଗଠନ ସଂପାଦକ ସୈାଭାଗ୍ୟ ମହାନ୍ତି, କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ନୟନାନନ୍ଦ ବେହୁରା, ନଗର ସଂପାଦକ ଶୁଭକାନ୍ତ ନାୟକ, ବ୍ଲକ ସହ-ସଂଯୋଜକ ଅଛୁତାନନ୍ଦ ରାଉତ, ଅବିନାଶ ରାଉତ, ଦିପ୍ତୀରଂଜନ ସାହୁ, ବିଶ୍ୱଜିତ ନାୟକ, ବିଶ୍ୱଜିତ ବଳ ଯୋଗଦେଇଥିଲେ । ୧୮ଟି ପଚାଂୟତର ୨୩ଟି ସଙ୍ଗରୋଧ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ।

Comments