ନୂଆଦିଲ୍ଲୀ: ପାକିସ୍ତାନୀ ଦୂତାବାସର ୨ ଅଧିକାରୀଙ୍କୁ ରବିବାର ଗୁପ୍ତଚର କାର୍ଯ୍ୟ କରୁଥିବା ବେଳେ ପୋଲିସ ଗିରଫ କରିଛି । ଦୁଇ ଅଧିକାରୀ ଦୂତାବାସରେ ଭିସା ଆସିଷ୍ଟାଣ୍ଟ ଭାବେ କାମ କରୁଛନ୍ତି । ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ବେଳେ ଧରପଡିବା ପରେ ସେମାନେ ନିଜକୁ ଭାରତୀୟ ନାଗରିକ ପ୍ରମାଣିତ କରିବା ପାଇଁ ପ୍ରୟାସ କରିଥିଲେ । ସେମାନଙ୍କ ପାଖରୁ ନକଲି ଆଧାର କାର୍ଡ, ଭାରତୀୟ ଟଙ୍କା ଏବଂ ଆଇଫୋନ ମିଳିଛି । ଭାରତ ଏମାନଙ୍କ ବିରୋଧରେ କୂଟନୀତି ସମ୍ବନ୍ଧିତ ନିୟମାନୁସାରେ ପର୍ସୋନା ନନ ଗ୍ରାଟା ଆକ୍ସନ ନେବ । ସାଧାରଣରେ ପର୍ସୋନା ନନ ଗ୍ରାଟାର ଅର୍ଥ ଏହା ଯେ ଏପରିବ୍ୟକ୍ତି ଯିଏ କୌଣସି ରାଜନୟିକ ମିଶନରେ ଅଛି ଏବଂ ସମ୍ବନ୍ଧିତ ଦେଶ (ଯେଉଁଠାରେ ମୁତୟନ ଅଛି)ରେ ତାର କାର୍ଯ୍ୟକଳାପରେ କିଛି ଭୁଲ୍ ଧରାପଡିଛି । ଭାରତ ଏବେ ଏହି ଦୁଇଜଣଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡି ଚାଲିଯିବା ପାଇଁ ଆଦେଶ ଦେଇଛି । ମିଡିଆ ରିପୋର୍ଟସ ମୁତାବକ, ଦୁଇ ଅଧିକାରୀଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ସେଲ୍ ଗିରଫ କରିଛି । ଏମାନଙ୍କ ନାମ ଆବିଦ ହୁସେନ ଏବଂ ତାହିର ଖାନ ହୋଇଥିବା ଜଣାଯାଇଛି । ଦୁଇଜଣ ଯାକ ଆଇଏସ୍ଆଇ ପାଇଁ କାମ କରୁଥିଲେ । ଦୁଇଜଣ ଯାକ ବୁଲିବା ପାଇଁ ନକଲି ପରିଚୟ ପତ୍ରର ବ୍ୟବହାର ମଧ୍ୟ କରୁଥିଲେ । ୨ ଅଧିକାରୀଙ୍କୁ ଗିରଫ କରିବା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନ ଦୂତାବାସର ଦୁଇ ଅଧିକାକାରୀ ଦିଲ୍ଲୀରେ ଗୁଇନ୍ଦାଗିରି କରୁଥିବା ବେଳେ ଧରା ପଡିଛନ୍ତି । ଭାରତୀୟ ଯାଞ୍ଚ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ କରିଛନ୍ତି । ସରକାର ଏମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଛାଡିବାକୁ କୁହାଯାଇଛି ।
Comments
Post a Comment