ଖୋର୍ଦ୍ଧା; ତୃଣମୂଳସ୍ତରରେ କରୋନା ବିରୁଦ୍ଧରେ ଲଢେଇ କରୁଥିବା ଏବଂ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଗଣମାଧ୍ୟମର ପ୍ରତିନିଧି ଏବଂ ପୁଲିସ ହିଁ ବାସ୍ତବିକ କରୋନା ଯୋଦ୍ଧା । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କର ନିରବିଚ୍ଛିନ୍ନ ଏବଂ ନିଃସ୍ୱାର୍ଥପର ସେବା ପାଇଁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଉଛି । ଏହି ମର୍ମରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ର ବିଭିନ୍ନ ଗ୍ରାମପଞ୍ଚାୟତରେ ବିଜେପି ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ମଙ୍ଗଳାଯୋଡ଼ି, ସୁନ୍ଦରପୁର, କନ୍ତଳବାଇ, ଉଜ୍ୱଳାଗୋପିନାଥପୁର, ବାଲିପାଟପୁର, ଭୁଷଣ୍ଡପୁର, ନୂଆଗଡ଼ ଏବଂ ସାନରାଉତପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଆଶା କର୍ମୀ ଏବଂ ଉଜ୍ୱଳାଦିଦି ମାନଙ୍କୁ ସେମାନଙ୍କର ସଚେତନତା ଏବଂ ସେବା ପାଇଁ ମାନପତ୍ର ଉପଢୌକନ ଏବଂ ଶୁଖିଲା ଖାଦ୍ୟ ପୁଡ଼ିଆ ବିତରଣ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କନ୍ତଳବାଇ, ବାଲିପାଟପୁର ଏବଂ ହରିପୁରର ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଉପଢୌକନ ଏବଂ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା । ଟାଙ୍ଗୀ ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର କଳସ ଏବଂ ନିରାକାରପୁର ମଣ୍ଡଳ ସଭାପତି ଆଲୋକ ଚନ୍ଦ୍ର ଛୋଟରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭୁଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଥିଲେ । ରାଜ୍ୟ ପରିଷର ସଦସ୍ୟ ରଘୁନାଥ ସାହୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ରାମଚନ୍ଦ୍ର ପରିଡ଼ା, ମଣ୍ଡଳ ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, ରଂଜିତ କୁମାର ସାହୁ, ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ପରିଡ଼ା, ଜିତେନ୍ଦ୍ର କୁମାର ପ୍ରଧାନ, ଯୁବ ନେତା ସଂଜୟ ପରିଡ଼ା, ଅରୁଣ ଛୋଟରାୟ, ମନୋରଂଜନ ଦାସ, ଜୟକୃଷ୍ଣ ଦାସ, କପିଳେଶ୍ୱର ପାଟଶାଣୀ, ସତିଶସାଗର ସ୍ୱାଇଁ ଓ ସତ୍ୟରଂଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।
Comments
Post a Comment