ଖୋର୍ଦ୍ଧା: ମହାମାରୀ କରୋନା ଲଢେଇରେ ଯେଉଁମାନେ ସାମିଲ ହେଉଛନ୍ତି ବାସ୍ତବିକ ସେମାନେ ହିଁ କରୋନା ଯୋଦ୍ଧା । ଦେଶର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ତୃଣମୂଳସ୍ତରରେ କରୋନାକୁ ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ସର୍ବତ୍ର ଧନ୍ୟବାଦ ସ୍ୱରୂପ କୃତଜ୍ଞତା ପତ୍ର ପ୍ରଦାନ କରାଯାଉଅଛି । ଆଜି ଭାରତୀୟ ଜନତା ପାର୍ଟି ଖୋରଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ଭିନ୍ନ ପ୍ରକାରର ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ନିଜ ଜୀବନକୁ ବାଜି ଲଗାଇ ଖରାରେ ବର୍ଷାରେ ଦ୍ୱାର ଦ୍ୱାର ବୁଲି ଖବର କାଗଜ ପହଁଞ୍ଚାଇବା ଏବଂ ସେମାନଙ୍କ ପାଇଁ ଆମେ ବିଶ୍ୱର ଦେଶର ରାଜ୍ୟର ଜିଲ୍ଲାର ଏବଂ ନିଜ ନିଜ ଅଞ୍ଚଳର ଖବର ତ୍ୱରିତ ବେଗରେ ପାଇ ପାରୁଛେ । ସେମାନେ ଆଉ କେହି ନୁହଁନ୍ତି । ସେମାନେ ହେଉଛନ୍ତି ଖବର କାଗଜ ହକର । ଆଜି ଖୋରଧା ସହରର ମା’ ବରୁଣେଇ ହକର ସଂଘର ୩୦ ଜଣ ହକରକୁ ବିଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଉପଢୌକନ ଏବଂ କୃତଜ୍ଞତା ପତ୍ର ପ୍ରଦାନ କରାଯାଇ କରୋନା ଯୋଦ୍ଧାରେ ସମ୍ମାନିତ କରାଗଲା । ସ୍ଥାନୀୟ ଗୀତ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ବରିଷ୍ଠ ଆଇନଜୀବି ଶକ୍ତିଶଙ୍କର ମିଶ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ରାଜ୍ୟ ପ୍ରବକ୍ତା ସୋନାଲି ସାହୁ, ମହନ୍ତ ବିଶ୍ୱମ୍ବର ଦାସ ମହାରାଜ, ମହନ୍ତ ଅଶୋକ ଦାସ ମହାରାଜ ପ୍ରମୁଖ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଖୋରଧା ନଗର ସଭାପତି ଲୋକନାଥ ପ୍ରଧାନଙ୍କ ସଞ୍ଚାଳନାରେ ଏହି କାର୍ଯ୍ୟକ୍ରମର ପୂର୍ବତନ ନଗର ସଭାପତି ସୂର୍ଯ୍ୟନାରାୟଣ ଦାସ, ଉପସଭାପତି ତ୍ରୀନାଥ ମହାପାତ୍ର, ସାଧାରଣ ସମ୍ପାଦକ ଅଭିମନ୍ୟୁ ଘଟୁଆଳ, ଓବିସି ମୋର୍ଚ୍ଚାର ସଭାପତି ଜିତେନ୍ଦ୍ର ବେହେରା, ଅନ୍ୟତମ ସାଧାରଣ ସମ୍ପାଦକ ତ୍ରୀଲୋଚନ ଦାସ, ସମାଜ ସେବୀ କିଶୋର ବରାଳ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଂଜନ ଛୋଟରାୟ, ହକର ସଂଘର ସଭାପତି ଗଣେଶ ପାଟଶାଣୀ, ସମ୍ପାଦକ ମଧୁସୂଦନ ବେହେରା, ଉପସଭାପତି ଦିପକ ସାମନ୍ତରାୟ, ବିଜେପି ଯୁବ ନେତା ମୁକେଶ ସେନାପତି, କେଦାର ସାହୁ ଓ ରଶିକାନ୍ତ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Comments
Post a Comment