କଣ୍ଟେନମେଣ୍ଟ ଜୋନରେ ପୋଲିସକୁ ଆକ୍ରମଣ ମାମଲା ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ବଜରଙ୍ଗ ଦଳର ଦାବିପତ୍ର
ରାଉରକେଲା : କରୋନା ମହାମାରୀ ସଂକ୍ରମଣକୁ ରୋକବିା ପାଇଁ କୋଭିଡ ୧୯ର ନିୟମାନୁସାରେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ନାଲାରୋଡକୁ ପ୍ରଶଶସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ପରେ ଗତ ୨୬ମଇରେ ଅଞ୍ଚଳରେ ସୁରୀକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଯେପରି ଭାବରେ କଣ୍ଟେନମେଣ୍ଟ ଜୋନ ଅର୍ଥାତ ନାଲାରୋଡ ଅଞ୍ଚଳବାସିନ୍ଦାଙ୍କ ପକ୍ଷରୁଯେପରି ଭାବେ ପଥର ମାଡ କରାଯାଇଥିଲା ଏବଂ ଏହି ପଥର ମାଡରେ ଯେପରି ଭାବେ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲେ ତାକୁ ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା । ତେବେ ଏହି ଘଟଣା ପାଇଁ ଦାୟୀ ଥିବା ଆନ୍ଦୋଳକାରୀକୁ ଦମନ କରିବା ପରିବର୍ତ୍ତେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଯେପରି ଭାବେ ସର୍ବସାଧାରଣରେ ରାଜରାସ୍ତାରେ ଉପଦ୍ରବକାରୀଙ୍କ ସମ୍ମୁଖରେ ହାତଯୋଡି ଶାନ୍ତିବଜାୟ ରଖିବା ପାଇଁ ନିବେଦନ କରିଥିଲେ ତାହା ସମସ୍ତଙ୍କର ମୁଣ୍ଡ କରତଳକୁ ପକାଇ ଦେଇଥିବା କହିବା ସହ ଘଟଣାର ଉଚ୍ଚସ୍ତରୀୟ ତଦ୍ନ୍ତ କରି ପୋଲିସର ବିଫଳତା ପାଇଁ ଦାୟି ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୋଲିସ ଉପରକୁ ପଥରମାଡ କରିଥିବା ଲୋକଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରି ବଜରଙ୍ଗ ଦଳ ପକ୍ଷରୁ ରାଜୁ ସିଂଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଜଣାପଡିଛି ।
Comments
Post a Comment