ଏକମାସ ଧରି ଏବିଭିପି ପକ୍ଷରୁ ଷ୍ଟୁଡେଂଟ୍‌ସ୍ କିଟ୍ ଓ ଶୁଖିଲା ଖାଦ୍ୟ ବଂଟନ


ଢେଙ୍କାନାଳ, ୩୦ ।୫  : କରୋନା ମହାମାରୀ ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱର ଅବସ୍ଥା ଶୋଚନୀୟ । କରୋନା ସହ ଲଢ଼ିବା ପାଇଁ ଲକ୍‌-ଡାଉନ୍ ହେବା ଯୋଗୁଁ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଛି । ଏହାର ଏକ ବଡ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକେଇଛି । ଏକ ଦାୟିତ୍ୱବାନ୍ ଛାତ୍ର ସଂଗଠନ ହିସାବରେ ନିଜ ଦାୟିତ୍ୱ ତୁଲାଇବା ପାଇଁ ଏବିଭିପି ଢେଙ୍କାନାଳ ପ୍ରୟାସ ଚଳେଇଛି । ଲଗାତାର ୩୦ ଦିନ ଧରି ଯେଭଳି ପରିସ୍ଥିତି ହେଉ ପଛେ ସେବାକାର୍ଯ୍ୟ ଜାରି ରହିଛି । ଜିଲ୍ଲାରେ ୩୦ ଟି ସ୍ଥାନରେ ୧୩୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀମାନକୁ ଷ୍ଟୁଡେଂଟ୍ କିଟ୍ ଯେଉଁଥିରେ କି ଅତ୍ୟାବଶ୍ୟକ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଢେଙ୍କାନାଳ ଟାଉନ୍‌, ସଦର୍ ବ୍ଲକ୍ ର ବଡପାଲ ଗ୍ରାମ, ଗୋବିନ୍ଦପୁର ପଂଚାୟତର, ଖମାର ଗ୍ରାମ, ସାଲୁଆଣି ଗ୍ରାମ, କାଶୀଆପଦା, ଗୋଡିସାହି, କୁଶପଦା, ଜୁଆଙ୍ଗ ସାହି ଖମାର, ବିଜିପୁର, କଂଟେଇକୋଳିଆ ଜୁଆଙ୍ଗ ସାହି, ହୁଣ୍ଡି ସାହୁ, ନୂଆସାହି, ବାରବାଙ୍କ, ତାରେଣୀ ସାହି, କାଉଚି, କୁଶୁମ ସାହି, ମୁଣ୍ଡା ସାହି, କାଇମାଟି ଗ୍ରାମପଂଚାୟତର କଇଁସ, ଲୁଚାପଲି, କୁକୁଡାଝରି, ଲୁଚାପଲି ଉପରସାହି, ମୁଣ୍ଡାସାହି, କଂଟେଇକୋଳିଆ, କୁଆଖାଇକଟନୀ ଗ୍ରାମପଂଚାୟତ ର କନ୍ଧପଡା ଗ୍ରାମ, କଇଁସ ତଳସାହି, ଦଧିଖାଇ ଗ୍ରାମ, ସପ୍ତଶଯ୍ୟା ର ନୂଆ ସାହି ଗ୍ରାମରେ ଏପର୍ଯ୍ୟନ୍ତ ବଂଟନ କାର୍ଯ୍ୟ କରାଯିବା ସହ ଗ୍ରାମବାସୀଙ୍କୁ କୋଭିଡ୍‌-୧୯ ବିଷୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି । ବିଭିନ୍ନ ସ୍ଥାନରେ ଅସୁବିଧାରେ ଥିବା ବ୍ୟକ୍ତିମାନଙ୍କ ପାଖରେ ଶୁଖିଲା ଖାଦ୍ୟ ପୁଡିଆ ପହଂଚା ଯାଇଛି । ସହରରେ ବୁଲୁଥିବା ଗାଈ ଓ ଷଣ୍ଢମାନଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଛି । ଏହିଭଳି ଭାବେ ସେବା କାର୍ଯ୍ୟ ଜାରି ରହିବ ବୋଲି ଢେଙ୍କାନାଳ ଏବିଭିପି ସମ୍ପାଦକ ଅରିଜିତ୍ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜିଲ୍ଲା ସଂଯୋଜକ ବି ସୂର୍ଯ୍ୟରୋଶନ ବିଦ୍ୟାର୍ଥୀ ପରିଷଦ ସମାଜର ସେବା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ଅବଗତ କରାଇଛନ୍ତି । ସିଦ୍ଧାର୍ଥ ଜେନା, ଅରୂପ ପଟ୍ଟନାୟକ, ସୂର୍ଯ୍ୟମଣୀ ଜେନା, ସ୍ମୃତି ରଞ୍ଜନ ସାହୁ, ନଗେନ୍ ନାୟକ, ସୋମେନ୍ ଧିର ଦେଓ, ଶ୍ରୀକୃଷ୍ଣ ମହାନ୍ତି, ଶିବସାଇ ତ୍ରିପାଠୀ, ଅଭିନବ ବେହେରା, ମନୋଜ ନନ୍ଦ, ବଦ୍ରି ବିଶାଳ ରୋଶନ ପ୍ରମୁଖ ପ୍ରତି ଦିନ ସେବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି ।

Comments