କୋରାପୁଟ: ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର କାର୍ଯ୍ୟକର୍ତାମାନେ କୋରାପୁଟଠାରେ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କରୋନା ମହାମାରୀ ସମୟରେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ସମ୍ପର୍କିତ ଟିକିନିଖି ଖବର ଲୋକଙ୍କ ନିକଟରେ ପଂହଚାଇ ଥିବାରୁ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ବୋଲି କାର୍ଯ୍ୟକର୍ତାମାନେ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ମନୋରନ ରାଉତରାୟ, ସୁତ କୁମାର ନନ୍ଦ, ଗୋପାଳ ପାଢି, ସୁନ୍ଦର କୁମାର ପାଣି, କୈଳାସ ନାୟକ, ସନ୍ତୋଷ କୁମାର ମୋଗଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଓ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେହିପରି କୋରାପୁଟ ପ୍ରେସ କ୍ଲବଠାରେ ସାମ୍ବାଦିକ ଭବାନୀ ଶଙ୍କର ମିଶ୍ର, ଡି. ଶଙ୍କର ରାଓ, ଘନଶ୍ୟାମ ରଥ, ସିଏଚ ସାନ୍ତାକାର, ରଞ୍ଜନ କୁମାର ଦାସ, ପତିତପାବନ ସାହୁ, ପ୍ରଶାନ୍ତ କୁମାର ସାମନ୍ତରାୟ, ପରିକ୍ଷିତ ବିଶ୍ୱାଳ, ସୂର୍ଯ୍ୟନାରାୟଣ ପଣ୍ଡା, ସତ୍ୟଜିତ ମହାନ୍ତି, ଦିଲିପ କୁମାର ମହାନ୍ତି, ଜିତେନ୍ଦ୍ର ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟା ସୃତିସୁଧା ସାହୁ, ବିଭାଗ ସହ ପ୍ରମୁଖ ସୌମେନ୍ଦ୍ର କୁମାର ସ୍ୱାଇଁ, ଭବାନୀ ପରିଡା, ଆଶିଷ ରଥ, ଶ୍ରଦ୍ଧାଳି ବିଶୋଇ, ସୁଧାସ୍ମିତା ସାହୁ, କାମିନୀ ବେହେରା, ଅର୍ପିତା ସାହୁ, ଲିଜା ସାହୁ, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଶୁଭେନ୍ଦୁ ମୋହନ ଶ୍ରୀଚନ୍ଦନ ମିଶ୍ର , ଅନନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments
Post a Comment