କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶିବିରାର୍ଥୀଙ୍କୁ ପାତଞ୍ଜଳି ଓ ଆର୍‌ଏସ୍‌ଏସ୍ ପକ୍ଷରୁ ଯୋଗ ଶିକ୍ଷା ପ୍ରଦାନ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍‌ର ପ୍ରତ୍ୟେକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀ ଶ୍ରମିକ ଓ ସାଧାରଣ ଲୋକଙ୍କୁ ପତଞ୍ଜଳି ଯୋଗ ସଂସ୍ଥା ଓ ଆର୍‌ଏସ୍‌ଏସ୍ ପକ୍ଷରୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି । ଗତ ଶୁକ୍ରବାର ଜିଲ୍ଲା ପତଞ୍ଜଳି ଯୋଗ ପ୍ରମୁଖ ରାଜେଶ କୁମାର ଦଳାଇ ଓ ଆର୍‌ଏସ୍‌ଏସ୍‌ର ମୁନିଗୁଡ଼ା ଖଣ୍ଡ କାର୍ଯ୍ୟବାହ ପ୍ରଦୀପ ସାହୁ ମୁନିଗୁଡ଼ା କନ୍ୟାଶ୍ରମ କ୍ୱାରେଣ୍ଟାଇନ୍ ସେଣ୍ଟର ଓଜାମୁରାଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଥିବା ଅନ୍ତେବାସୀ ଶ୍ରମିକମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରି ସେମାନଙ୍କ ମନରେ ରୋଗ ସହିତ ଲଢ଼ିବା ପାଇଁ ନୂତନା ଆଶାର ସଂଚାର ଓ ଶକ୍ତି ଜାଗ୍ରତ କରାଇଥିଲେ । ଯୋଗ ମାଧ୍ୟମରେ ରୋଗମୁକ୍ତ ଭାରତ ଓ ସୁସ୍ଥ ଶରୀର ନିର୍ମାଣର କୌଶଳ ଶିଖାଇଥିଲେ । କ୍ୱାରେଣ୍ଟାଇନ୍ ଜାମୁରାଗୁଡ଼ା ଆଦର୍ଶ ବିଦ୍ୟାଳୟରେ ଥିବା ଅନ୍ତେବାସୀ ଶ୍ରମିକମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରି ସେମାନଙ୍କ ମନରେ ରୋଗ ସହିତ ଲଢ଼ିବା ପାଇଁ ନୂତନା ଆଶାର ସଂଚାର ଓ ଶକ୍ତି ଜାଗ୍ରତ କରାଇଥିଲେ । ଯୋଗ ମାଧ୍ୟମରେ ରୋଗମୁକ୍ତ ଭାରତ ଓ ସୁସ୍ଥ ଶରୀର ନିର୍ମାଣର କୌଶଳ ଶିଖାଇଥିଲେ ।  ପତଞ୍ଜଳୀ ପୀଠରୁ ଯୋଗ ଶିକ୍ଷାରେ ପ୍ରଶିକ୍ଷିତ ସୁନାମଧନ୍ୟ ଯୋଂଗ ରାଜେଶ ଭାଇ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯୋଗ ଶିବିରମାନ କରି ରୋଗମୁକ୍ତ ଭାରତ ଗଠନରେ ନିଜକୁ ଆୟୋଜିତ କରି ଏ ଅଞ୍ଚଳ ପାଇଁ ଆଲଲାକ ବର୍ତ୍ତିକା ସାଜିଛନ୍ତି । ମହମାରୀ କରୋନାର ଭୟବହତା ମଧ୍ୟରେ ନିଜ ଜୀବନକୁ ପାଣି ଛଡ଼େଇ ଅଗଣିତ ମଣିଷଙ୍କ ମନରେ ରୋଗ ସହ ଲଢ଼ିବାର ଦୃଢ଼ ଇଚ୍ଛାଶକ୍ତି ସଞ୍ଚାର କରୁଥିବାରୁ ସେ ସଭିଙ୍କ ପାଇଁ ଯୋଦ୍ଧାରୁ ମହାଯୋଦ୍ଧା ପାଲଟି ଯାଇଛନ୍ତି ।

Comments