ଏ.ବି.ଭି.ପି. କଟକ ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ମାନ
କଟକ : ୩୧/୫ : ଶନିବାର ବିଶ୍ୱରେ କରୋନା ମହାମାରୀ ନିଜର ଭୟାବହତା ଜାରି ରଖିଥିବା ସମୟରେ ନିଜ ଜୀବନକୁ ଖାତିର ନକରି ନିଜ କର୍ମକ୍ଷେତ୍ରରେ ଯୋଗଦେଉଥିବା ଓ ଲୋକମାନଙ୍କ ସେବା କରୁଥିବା କରୋନା ଯୋଦ୍ଧାମାନେ ପ୍ରକୃତରେ ସ୍ମାନ ପାଇବା ଯୋଗ୍ୟ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏ.ବି.ଭି.ପି) ତରଫରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ଏ.ବି.ଭି.ପି. କଟକର ସଦସ୍ୟ ମାନଙ୍କ ଦ୍ୱାରା କଟକର ବିଭିନ୍ନ ସ୍ଥାନରେ ତଥା- କଟକ ମହାନଗର, ସାଲେପୁର, ଚୌଦ୍ୱାର, ଅଡଶପୁର, ନରସିଂହପୁର ଓ କନ୍ଦରପୁର ଆଜି ସ୍ଥାନରେ କରୋନା ଯୋଦ୍ଧାମାନଙ୍କୁ ଫୁଲ ଚନ୍ଦନ, ପୁଷ୍ପଗୁଚ୍ଛ, ଧନ୍ୟବାଜପତ୍ର, ମାନପତ୍ର, ଉତରୀୟ, ଥଣ୍ଡା ପାନୀୟ ଓ ମିଠା ଆଦି ଦେଇ ସମ୍ମାନିତ ଓ ଉତ୍ସାହିତ କରାଯାଇଥିଲା । ବିଶେଷ କରି କଟକ ମହାନଗରରେ ବିଭିନ୍ନ ପୋଲିସ୍ ଷ୍ଟେସନ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୱାର୍ଡଗୃହ, ସରକାରୀ କାର୍ଯ୍ୟାଳୟ ଓ ଏ.ସି.ବି. ବଡମେଡିକାଲରେ ଯଥାକ୍ରମେ ପୋଲିସ୍, ଟ୍ରାଫିକ ପୋଲିସ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ ଏବଂ ଅଶାକର୍ମୀ ଓ ଅତ୍ୟାବଶ୍ୟକୀୟ ବିଭାଗର ସରକାରୀ କର୍ମଚାରୀ ଓ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା । ଏ.ବି.ଭି.ପି.ର ଏହି କାର୍ଯ୍ୟକ୍ରମ ଅନେକ ସ୍ଥାନରେ ପ୍ରଶଂସା କରାଯାଇଥିଲା । କଟକ ମହାନଗରରେ ହୋଇଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, କଟକ ଜିଲ୍ଲା ସଂଯୋଜକ ଓମ୍ ପ୍ରକାଶ ପଣ୍ଡା, କଟକ ଜିଲ୍ଲା ସେବା ପ୍ରମୁଖ ଲୋକନାଥ ମାହୁନ୍ତ, ଏସ୍.ଏଫ୍.ଡି ପ୍ରମୁଖ ସାଇପ୍ରିୟା, ଆଶୁତୋଷ ଓଝା ତପସ୍ୱିନୀ ପଟ୍ଟନାୟକ, ସୋନାଲି ପ୍ରିୟଦର୍ଶିନୀକ ଆଦି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
Comments
Post a Comment