କାର ଭିତରେ ଷଣ୍ଢ ଓ ଗାଈ ଚାଲାଣ


ବାରିପଦା: କାର ଭିତରେ ଷଣ୍ଢ ଓ ଗାଈ ଉଦ୍ଧାର କରାଯାଇଛି ।କାର ଭିତରେ ଷଣ୍ଢ ଓ ଗାଈଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।କାରଟି ଗାଈ ଓ ଷଣ୍ଢଙ୍କୁ ନେଇ ରାଇରଙ୍ଗପୁର ପଟୁ କଲିକତାକୁ ଯାଉଥିବା ସମୟରେ ଅଧା ରାସ୍ତାରେ ବାଙ୍ଗିରିପୋଷି ବଜ଼ାର ପାଖରେ ଅଟକି ଯାଇଥିଲା । ଗାଡି ଷ୍କାଟ ନ ହେବାରୁ ଗାଡିକୁ ଗ୍ୟାରେଜ ପାଖକୁ ଠେଲି ଠେଲି ନେବା ଅବସ୍ଥାରେ ମାର୍କେଟ୍ କମ୍ପେ୍ଲକ୍ସ ବିଲଡ଼ିଂଗକୁ କାରଟି ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ଗାଡି ଛାଡି ଡ୍ରାଇଭର୍ ଫେରାର ହୋଇଯାଇଥିଲା ।ଘଟଣା ସ୍ଥଳରେ ବାଙ୍ଗରିପୋଷି ପୋଲିସ ପହଚିଂ ଗାଡି ଭିତରେ ଗୋଟିଏ ଷଣ୍ଢ ଓ ଦୁଇ ଗାଈକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି । 

Comments