ଭାରତୀୟ ଅର୍ଥନୀତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଧର୍ମେନ୍ଦ୍ର


ଭୁବନେଶ୍ୱର: ଆଗାମୀ ଦିନମାନଙ୍କରେ ଭାରତୀୟ ମହିଳାମାନଙ୍କର ଭାରତୀୟ ଅର୍ଥନୀତିରେବ ଡ ଭୂମିକା ରହିବ ବୋଲି ଫେଡେରେସନ ଓ ଇଣ୍ଡିଆନ ଚାମ୍ବରସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ମହିଳା ଶାଖାର ଏକ ଅନଲାଇନ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଡିଜିଟାଲ ଯୁଗର ସଠିକ୍ ଅନୁଭବ କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବଂ ଦେଶ କରୁଛି । ଦେଶର ବର୍ତ୍ତମାନର ପରିସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନରୁ ଆର୍ଥିକ ଆକଳନ ହେଉ ନଥିଲା । ମାତ୍ର ଏବେ ଏହାର ଆକଳନ ହେବ ଏବଂ ମହିଳାମାନଙ୍କର ଆର୍ଥିକ ବିକାଶରେ ଯୋଗଦାନର ସଠିକ୍ ମୂଲ୍ୟାୟନ ହେବ । ଶ୍ରୀ  ପ୍ରଧାନ କହିଛନ୍ତି ପୁରୁଷ କୈନ୍ଦିକ ଅର୍ଥବ୍ୟବସ୍ଥାର ଅର୍ଥ ଖର୍ଚ୍ଚର ବ୍ୟବସ୍ଥା ତୁଳନାରେ ମହିଳା ହାତକୁ ଅଧିକ ଆର୍ଥିକ କ୍ଷମତା ଆସିଲେ ପାଞ୍ଚ ଥର ଚିନ୍ତା କରି ମହିଳା ଖର୍ଚ୍ଚ କରିବ । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଶୁଭଙ୍କର ହେବ । କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲପିଜି ସବସିଡି ଯାଇଛି । ଏହା ସମାଜର ଖରାପ ଆର୍ଥିକ ପରିସ୍ଥିତି ସମୟରେ ମହିଳାମାନଙ୍କୁ ଆହୁରି  ସଶକ୍ତ କରିଛି । ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରରାଳୟ ତରଫରୁ ଚାଲୁଥିବା ଘରେ ଘରେ ପାଇପ ଯୋଗେ ପିଏନ୍‌ଜି ଗ୍ୟାସ ଯୋଗାଣରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା କଥା କହିଛନ୍ତି । ଏହା ସହ ବ୍ୟବହୃତ ଖାଇବା ତେଲ ତଥା ଘରୋଇ ଅଳିଆ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲ ଜାତୀୟ ଉର୍ଜା ଉତ୍ପାଦନର କେନ୍ଦ୍ରରେ ମହିଳାମାନେ ରହି ସେମାନଙ୍କର ଆର୍ଥିକ ପ୍ରଗତି କରିପାରିବେ ବୋଲି କହିଛନ୍ତି । ତାଙ୍କ ମନ୍ତ୍ରଣାଳୟ ପିଏନଜି ଯୋଗାଣ, ସୁରକ୍ଷା, ରକ୍ଷଣା ବେକ୍ଷଣ ଓ ବିଲ କଲେକ୍ସନ ଦାୟିତ୍ୱ ବିଭିନ୍ନ ମହିଳାମାନଙ୍କୁ ଦେବା ପାଇଁ ଚିନ୍ତା କରୁଥିବା ଶ୍ରୀ ପ୍ରଧାନ ସୂଚନା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଶତାଧିକ ମହିଳା ଉଦ୍ୟମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments