ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବିଜେପିର ଦାବି

ବୌଦ୍ଧ: ବୌଦ୍ଧ ଜିଲା କଂଟାମାଳ ନିର୍ବାଚନ ମଣ୍ଡଳିରେ ଅନେକ ଦିନ ହେଲା ଅଘୋଷିତ ବିଦ୍ୟୁତକାଟ ଏବଂ ଲୋଭୋଲଟେଜ ସମସ୍ୟା ଲାଗି ରହିଛି । ଆଜି ବିଜେପି ଦଳ ପକ୍ଷରୁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନମୁଣ୍ଡା ଠାରେ ବିଦ୍ୟୁତ ବିଭାଗୀୟ ଏସ୍‌ଡିଓଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୩ ଦିନ ମଧ୍ୟରେ ବିଦ୍ୟୁତ ସମସ୍ୟାର ସମାଧାନ କରାନଗଲେ ତାଲାବନ୍ଦ ଆନ୍ଦୋଳନ କରାଯିବ ବୋଲି ଦାବୀପତ୍ରରେ ଚେତାବନୀ ଦେଇଛନ୍ତି । ଜିଲାରେ ତାପମାତ୍ରା ଦୃତଗତିରେ ବଢ଼ୁଥିବା ସମୟରେ ଅଘୋଷିତ ବିଦ୍ୟୁତକାଟ ଏବଂ ଲୋଭୋଲଟେଜ ସମସ୍ୟା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇସାରିଲାଣି । ସାଧାରଣ ଲୋକ ପାନୀୟ ଜଳ ସଂଗ୍ରହ କରିପାରୁନଥିବା ବେଳେ କ୍ୱାରେନଟାଇନ କେନ୍ଦ୍ର ଗୁଡିକରେ ଥିବା ପ୍ରବାସୀ ଶ୍ରମିକ ମାନେ ଗରମ ସହ୍ୟ କରିନପାରି କେନ୍ଦ୍ର ବାହାରକୁ ଆସୁଥିବବା ନେଇ ସାଧାରଣ ଲୋକେ ଭୟଭୀତ ହୋଇପଡୁଛନ୍ତି । ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ନାରାୟଣ କର୍ମି, ଶରତ ଖଣ୍ଡଗିରି, ସୁଶାନ୍ତ ସୁନା, ଦିନେଶ ଦୀପ ଓ ଅନ୍ୟମାନେ ସାମିଲ ଥିଲେ ।

Comments