ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା ବିଜେପି


ଅନୁଗୋଳ, ୨୭ ।୬  : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ିଏମଏଫ ପାଣ୍ଠିରୁ କିଣା ହୋଇଥିବା ୩୮ଟି ଏସିରେ ବ୍ୟାପକ ଦୁର୍ନୀତି । ଗତ କିଛି ଦିନ ତଳେ ମେଡ଼ିକାଲରେ ଲାଗିଥିବା ଏସସି ଗୁଡ଼ିକ ଯେଉଁ ଜାଗାରେ ଲାଗିଛି, ଉକ୍ତ ସ୍ଥାନରେ ଲାଗିବା ପାଇଁ ଜିଇଡ଼ି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁମତି ନ ଆଣି ରାତି ଅଧରେ ତରବରିଆ ଭାବରେ ଏସି ଗୁଡ଼ିକ ଲଗାଯାଇଥିଲା । ଯାହା ଫଳରେ ଉକ୍ତ ଏସି ଗୁଡ଼ିକ ରୋଗୀଙ୍କ କାମରେ ଆସୁନାହିଁ । ଏହି ଏସସି କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ଭାବରେ ଜଣାପଡ଼ୁଛି । ତେବେ ଡ଼ିଏମଏଫ ଟଙ୍କାକୁ ଆତ୍ମସାତ କରିଥିବା ଏନଆରଏଚ୍‌ଏମ୍‌ର ଠିକା କିରାଣୀ ଦୀପକ ତ୍ରିପାଠୀଙ୍କୁ ତୁରନ୍ତ କାର୍ଯ୍ୟରୁ ବିହିଷ୍କାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଉଛି । ଏଥିସହ ଗତ ବର୍ଷ ମେଡ଼ିକାଲରେ ଲକ୍ଷ ଲକ୍ଷ ଟଙ୍କା ଡ଼ିଏମଏମଏଫ ଟଙ୍କା ଖର୍ଚ୍ଚ ହୋଇ ଅକ୍ସିଜେନ ପାଇବ ବିଛା ଯାଇଥିଲା । ଏହି ପାଇବ ବିଛାକୁ ବର୍ଷେ ପୁରିଥିଲେ ମଧ୍ୟ ଏହା ଅଦ୍ୟାବଧୀ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଏହି ଦୁର୍ନୀତି ଗୁଡ଼ିକର ନିରପେକ୍ଷ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଗୋଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି କରାଯାଉଛି । ନଚେତ ଆଗାମୀ ଦିନରେ ଡ଼ିଏମଏଫ ଟଙ୍କା ଆତ୍ମସାତ ଘଟଣାରେ ବିଜେପି ରାଜରାସ୍ତକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

Comments