ଅଙ୍ଗନୱାଡି ଆସୋସିଏସନ୍‌ର ଉପଜିଲ୍ଲାପାଳଙ୍କୁ ଦାବିପତ୍ର



ବଣାଇଁ : ଆଜି ଭାରତୀୟ ମଜଦୁର ସଂଘର ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଆସୋସିଏସନ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଏକ ପ୍ରତିବାଦ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ତା ୧୩/୬/୨୦୨୦ ରିଖ ଦିନ ବଣାଇଁଗଡ ଥାନା କେସ୍ ନଂ ୭୯/୨୦ ଅନୁଯାୟୀ ବଣାଇଁ ୫ନଂ ଅଙ୍ଗନୱାଡି କେନ୍ଦ୍ର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣର ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଏହାର ପ୍ରତିବାଦ ଜଣାଇଛନ୍ତି । କୋଭିଡ -୧୯ ଯୋଦ୍ଧା ଭାବରେ ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଆଶାକର୍ମୀ ସଫେଇ କର୍ମୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯାଇଛି । ତେବେ ଜଣେ ଅଙ୍ଗନୱାଡି ଅସହାୟ ମହିଳାକର୍ମୀଙ୍କୁ କୋଭିଡ- ୧୯ କର୍ତ୍ତବ୍ୟରେ ବାଧା ସୃଷ୍ଟି କରାଯାଇ ତାକୁ ଆକ୍ରମଣ କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ସରପଞ୍ଚ, ବ୍ଲକ୍ ପ୍ରଶାସନ କିମ୍ବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅଦ୍ୟାବଧି କୌଣସି ସାନ୍ତ୍ୱନା କିମ୍ବା ସହଯୋଗ ହୋଇ ନଥିବାରୁ ଆଗାମୀ ଦିନରେ ଅଙ୍ଗନୱାଡି କର୍ମୀମାନଙ୍କୁ କର୍ତ୍ତବ୍ୟରେ ସୁରକ୍ଷା ପ୍ରଦାନ କରାନଗଲେ ବା ଆମ ନିଷ୍ପତ୍ତି ଅନୁସାରେ ଆଉ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ-୧୯ କର୍ତ୍ତବ୍ୟ କରିବୁ ନାହିଁ ବୋଲି ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଆସୋସିଏସନ ପକ୍ଷରୁ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହି ଆଜି ବଣାଇଁ ସହକାରୀ ଜିଲ୍ଲାପାଳ ରବିନ୍ଦ୍ର କୁମାର ସେଠୀଙ୍କ ଉପସ୍ଥିତିରେ ଏହି ଲିଖିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହି ଦାବିପତ୍ରରେ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଆସୋସିଏସନ ସଭାପତି ପଦ୍ମାବତୀ ସାହୁ, ରଜନୀ ନାଏକ, ସଭାପତି ବାସନ୍ତୀ ବାଗ ଓ ସମ୍ପାଦକ ସବିତା ପଣ୍ଡା, ଭାରତୀ ମାହାନ୍ତି, ରୁନୁବାଳା ଦଣ୍ଡିଆ, ସବିତା ସାହୁ, ମନି ବାରିକ, ସୂର୍ଣ୍ଣପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments