ନୂଆଦିଲ୍ଲୀ: ବିଶ୍ୱ ଏମଏସଏମଇ ଦିବସରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଦିବସ ଉପଲକ୍ଷରେ ସେ କହିଛନ୍ତି ଯେ, ବର୍ତ୍ତମାନ କରୋନା ପ୍ରଭାବରେ ସମସ୍ତ ବିଶ୍ୱ ତଥା ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ଏମଏସଏମ୍ଇ ବିଭାଗ ଦ୍ୱାରା ଅର୍ଥନୀତିର ପୁନରୁଦ୍ଧାର ର ଆଶା ସଞ୍ଚାର ହୋଇଛି । ଏମ୍ଏସଏମ୍ଇ ବିଭାଗ ଭାରତ ର ଅର୍ଥନୀତିର ମେରୁଦଣ୍ଡ ସଦୃଷ୍ଟ । କୃଷି ପରେ ଭାରତ ସରକାରଙ୍କର ଏମଏସଏମ୍ଇ ବିଭାଗ ହେଉଛି ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ ବିଭାଗ । କୋଭିଡ ପାଇଁ ଏମଏସଏମ୍ଇ ବିଭାଗ ସର୍ବାଧିକ କ୍ଷତି ଗ୍ରସ୍ତ ହୋଇଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏମଏସଏମ୍ଇ ବିଭାଗ ପାଇଁ ପ୍ୟାକେଜ ଘୋଷଣା ଆଶାର ସୃଷ୍ଟି କରିଛି । ଏନପିଏ ଆକାଉଣ୍ଟ ଯାହାର ପୁନଃରୁଦ୍ଧାର ଆଶା ନଥିଲା ସେଥିପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଯେଉଁ ଆକାଉଣ୍ଟ ଠିକ ଅଛି ସେଥି ପାଇଁ ୫୦ ହାଜର କୋଟି ର ବ୍ୟବସ୍ତା କରା ଯାଇଛି । ଭାରତୀୟ ସରକାରୀ ଟେଣ୍ଡର ଯାହା କି ୨୦୦ କୋଟି ପର୍ଯ୍ୟନ୍ତ କାର୍ଯ୍ୟ ପାଇଁ ଉପଯୁକ୍ତ ସେଥିରେ କୌଣସି ବିଦେଶୀ ସଂସ୍ଥା ଭାଗ ନେବା ରେ ପ୍ରତିବନ୍ଧକ ଲଗାଯାଇଛି । ଏହାର ସୁଫଳ ଭାରତର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମିଳିବ । ବର୍ତ୍ତମାନ ର ସ୍ଥିତି ରେ ଗ୍ଲୋବାଲ ପ୍ରୋଗ୍ରାମ ହେବାର ସୁବିଧା ନଥିବାରୁ ଏକ ଅନଲାଇନ ଗ୍ଲୋବାଲ ପ୍ଲାଟଫୋର୍ମ ର ବ୍ୟବସ୍ଥା କରାଯାଇଛି । ଖାଦ୍ୟମନ୍ତ୍ରାଳୟ ଦ୍ୱାରା ଏକ ଫୁଡ଼ ପାର୍କର ବ୍ୟବସ୍ତା କରାଯାଇଛି ଯୋଉଠି କି ୩୫ ପ୍ରତିଶତ ର ସବ୍ସିଡି ର ବ୍ୟବସ୍ତା ରହିଛି । ମାଛ ପ୍ରକଳ୍ପ ଆଦିରେ ପାଖାପାଖି ୪୦ ପ୍ରତିଶତ ସବ୍ସିଡ଼ ର ବ୍ୟବସ୍ତା କରାଯାଇଛି । ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ଅର୍ଗାନିକ ଫାର୍ମ, ଏଗ୍ରି ବିଜନେସ, ଫୁଡ଼ ପ୍ରୋସେସିଂ , ପଞ୍ଚାଗବ୍ୟ ଗୋଶାଳା, ଆୟୁର୍ବେଦ ପାର୍କ ପାଇଁ ୪୦୦୦ କୋଟି ମଞ୍ଜୁରି କରାଯାଇଛି ଓ ୪୦ ପ୍ରତିଶତ ଛାଡ଼ର ମଧ୍ୟ ବ୍ୟବସ୍ତା ରହିଛି । ଓଡିଶାରେ ମାଟି ତଳେ ମହାଲଷ୍ମୀଙ୍କର ଭଣ୍ଡାର ରହିଛି । ତାର ଉପଯୋଗ କରିବା ବର୍ତମାନର ଆହ୍ୱାନ । ଆବର୍ଜନାର ପୁନଃ ବ୍ୟବହାର କରି ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ପଡିବ ବୋଲି କହିଥିଲେ । ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମସ୍ତଙ୍କୁ ସଂକଳ୍ପ ନେବାକୁ ଅନୁରୋଧ କରି କହିଥିଲେ ଯେ, ବର୍ତମାନର ସମୟରେ ଆମେ ଚାକିରୀ ନ ଖୋଜି ନିଜେ କିପରି ଅନ୍ୟଙ୍କୁ ଚାକିରୀ ଦେବା ସେ ବିଷୟରେ ଚିନ୍ତା କରିବା ଓ ସମସ୍ତେ କିପର କୋଭିଡର ଗାଇଡ଼ଲାଇନ ମାନି ସୁରକ୍ଷିତ ରହିବା ସେ ପ୍ରତି ଅଧିକ ସଚେତନ ହେବା ଜରୁରୀ ।
Comments
Post a Comment