ସୋରରେ ବିଜେପିର ଜନସମ୍ବାଦ ରାଲି


ସୋର: ମୋଦି ସରକାରର ଦ୍ୱିତୀୟପାଳିର ପ୍ରଥମବର୍ଷ ପୁର୍ତ୍ତି ଉପଲକ୍ଷେ ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଜନସମ୍ବାଦ ଭର୍ଚୁଆଲ ରାଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗଦାନ କରି ମୋଦି ସରକାରର ସଫଳତା ତଥା ଓଡ଼ିଶାକୁ କେନ୍ଦ୍ର ଦେଇଥିବା ସହାୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାଲେଶ୍ୱର ଜିଲ୍ଲାରେ ଲାଗୁହେବା, ଅମ୍ପନ ମହାବାତ୍ୟା ମୁକାବିଲା ପାଇଁ ଆଗୁଆ ଅର୍ଥ ପ୍ରଦାନକରିବା, ବିଭିନ୍ନ ଜନହିତକରକଲ୍ୟାଣମୂଳକ କାର୍ଯ୍ୟରେ ଉପାସରକାରଙ୍କ ଠାରୁ ରାଜ୍ୟକୁ ଯଥେଷ୍ଟଅଧିକ ଅର୍ଥ ପ୍ରଦାନ କରିବା ଦାବିକରିଥିଲେ । କରୋନା ମୁକାବିଲା ପାଇଁସହାୟତା, ଜନଧନ ଯୋଜନାରେମହିଳାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ,ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସପ୍ରଦାନ, ରାସନକାର୍ଡ଼ଧାରୀଙ୍କୁ ତିନିମାସରଆଗୁଆ ରେସନ ପ୍ରଦାନ ଆଦି ମୋଦିସରକାରର ସଫଳତା ବୋଲି ପ୍ରକାଶ କରିଥିଲେ । ଏହି ଭର୍ଚୁଆଲ ରାଲିରେ ସୋର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର, ଶୋଭନା ମହାନ୍ତି, ମନୀଷା ଚିନ୍ମୟୀ ବେହେରା ପ୍ରମୁଖଙ୍କ ସହିତ ସୋର ନିର୍ବାଚନମଣ୍ଡଳୀର ମୋବାଇଲ ମାଧ୍ୟମରେ ଏକ ହଜାର କର୍ମୀ ଯୋଗଦାନ କରିଥିଲେ । ଅନ୍ୟତମ ବରିଷ୍ଠ ବିଜେପି ନେତା ମିହିର ପାଣି ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଇଶ୍ୱର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

Comments