ରାଜଗାଙ୍ଗପୁର,୨୫ା୬: ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର ଗତ ନୂଆଁ ଗାଁ ନିକଟରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ବୋଝେଇ ପିକ୍ଅପ ଗାଡି ଧରା ପଡିଛି । ସୂଚନା ଅନୁଯାଇ ନୂଆ ଗାଁ ନିକଟ ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ ପିକ୍ଅପ ଗାଡି ଓଡି୧୪ସି୨୬୧୬ ବହୁ ସମୟ ଧରି ରାସ୍ତାରେ ଛିଡା ହୋଇଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କ ମନରେ ସନ୍ଦେହ ହେବାରୁ ସେମାନେ ଗାଡି ଚାଳକଙ୍କୁ ଏ ବିଷୟରେ ପଚରା ଉଚୁରା କରିଥିଲେ । କିନ୍ତୁ ଗାଡି ଚାଳକ ଏ ବିଷୟରେ କୌଣସି ଉତ୍ତର ଦେଇନଥିଲେ ଓ ସେଠାରୁ ଗାଡି ଧରି ଦୌଡି ପଳାଇ ଯାଇଥିଲା । ଗାଡି ଚାଳକ ଦୌଡି ପଳାଇବା ପରେ ସ୍ଥାନୀୟ ଯୁବକଙ୍କ ସନ୍ଦେହ ଆହୁରି ବଢିବା ସହ ଗାଡିର ପାଲ ଖୋଲି ଦେଖିବା ପରେ ଗାଡି ଭିତରେ ୧୦ରୁ ଅଧିକ ଗୋରୁଙ୍କୁ ଦୟନୀୟ ଅବସ୍ଥାରେ ତାଙ୍କୁ ଗାଡି ଭିତରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକ ଗାଡିଟିକୁ ଜଗି ରହିଥିବା ବେଳେ ଗାଡିଟି ଖତକୁର ବାହାଲରୁ ଲାଠି କଟା ଅଭିମୁଖେ ଯିବାର ଜଣାପଡିଛି
Comments
Post a Comment