ଜିଲ୍ଲାର ସମସ୍ୟା ନେଇ ନେତା ଓ କର୍ମୀଙ୍କ ସହ ଆଲୋଚନା କଲେ ସାଂସଦ ବସନ୍ତ ପଣ୍ଡା



ରାୟଗଡା : ରାୟଗଡା ଭାରତୀୟ ଜନତା ପାର୍ଟି ତରଫରୁ କାଳୀ ପୂଜା ମଣ୍ଡପ ଠାରେ ଭର୍ଚୁଆଲ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିକୁ ଓଡିଶାର ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭିଡିଓ କନଫେରନ୍ସ ମାଧ୍ୟମରେ ସମ୍ବୋଧନ କରିଥିଲେ । ଉପସ୍ଥିତ ଥିବା ବିଜେପି ନେତା ଓ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ରାୟଗଡା ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଶ୍ରୀପଣ୍ଡା ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଲୋକାଲ ଫର ଭୋକାଲର ଯେଉଁ ନାରା ଦେଇଛନ୍ତି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ଶ୍ରୀପଣ୍ଡା । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଚାପ ପ୍ରୟୋଗ କରିବା ପାଇଁ ମଧ୍ୟ ଶ୍ରୀପଣ୍ଡା କର୍ମୀମାନଙ୍କୁ କହିଥିଲେ । କେନ୍ଦ୍ର ସରକାରଙ୍କର ବିକାଶର ବାର୍ତା ଘରେ ଘରେ ପହଂଚାଇବା ପାଇଁ ମଧ୍ୟ ସନ୍ଦେଶ ଦେଇଥିଲେ । ରାୟଗଡା ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଉପରେ ସାଂସଦ ଶ୍ରୀପଣ୍ଡା ଆଲୋଚନା ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ । ରାୟଗଡା ଠାରୁ ଭୂବନେଶ୍ୱର ଯାଏଁ ଦିନରେ ଏକ ଟ୍ରେନ ଚଳାଚଳ କରିବା ପାଇଁ ରାୟଗଡା ବିଜେପି ତରଫରୁ ଦାବୀ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଭର୍ଚୁଆଲ ରାଲି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ଜିଲ୍ଲା ସଭାପତି ତପନ ତପାଦର, କାଳୀରାମ ମାଝି, କାର୍ଯ୍ୟକାରୀଣୀ ସଦସ୍ୟ ରାମ ବେହେରା, ଦେବାଶିଷ ପଣ୍ଡା, ଶ୍ୟାମସୁନ୍ଦର ଦାଶ, ବିଦ୍ୟା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । 

Comments