ବ୍ରହ୍ମପୁର : ରବିବାର ଦିନ ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡ଼ିଶା ପ୍ରଦେଶ ତରଫରୁ ଯୁବ ଜନସମ୍ବାଦ ରାଲି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଷ୍ଟ୍ରିୟ ଅଧ୍ୟକ୍ଷା ପୁନମ ମହାଜନ ଯୋଗଦେଇ ମୋଦି ସରକାରଙ୍କ ଓଡ଼ିଶା ପ୍ରଦେଶ ପ୍ରତି ଅବଦାନର ପରାକାଷ୍ଠା ବିବୃତି ଦେଇଥିବା ସହ ଯୁବକ ମାନଙ୍କ ନୂଆଁ ଓଡ଼ିଶା ଗଠନ ପାଇଁ ଅବଦାନକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ବର୍ଷର ଯଶସୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରତି ବୁଥ୍ରୁ ଲକ୍ଡ଼ାଉନ୍ ସରିବା ପରେ ପ୍ରତି ବୁଥ୍ରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହୋଇଥିବା ଅନୁନ୍ୟ ୫ଜଣ ଅତି ଗରିବ ବୃଦ୍ଧ ବାବା ମା ମାନଙ୍କ ନିଜ ବ୍ୟବସ୍ତାରେ ପୁରୀ ନେଇ ଜଗନ୍ନାଥ ଦର୍ଶନ କରାଇବା ପାଇଁ ଯୁବ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସମର୍ଥନ ଜଣାଇବା ସହ ନିଶ୍ଚିତ ରୂପେ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ତଥା ରାଜ୍ୟ ସମ୍ପାଦକ ଟଙ୍କାଧର ତ୍ରିପାଠୀ ଯୁବକ ମାନଙ୍କ ଅଦମ୍ୟ ଚେଷ୍ଟା ପାଇଁ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟର ମୁଖ୍ୟ ବିରୋଧି ଦଳ ରୂପେ ଉଭା ହୋଇଥିବା କହିଥିଲେ । ରାଜ୍ୟ ସଭାପତି ସମିର ମହାନ୍ତି ମୋଦି ୨.୦ର ଉପଲବ୍ଧି ବଖାଣୀ ଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ଠାରେ ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ୍. ରାଜେନ୍ଦ୍ର କୁମାର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ବିକେଶ ପାଣୀଗ୍ରାହୀ ଓ ଶୁଭାଶିଷ ସାହୁ, କିରନ କୁମାର ସାହୁ, ଶିବ ପ୍ରସାଦ ପାତ୍ର, ଏ. କିରନ କୁମାର, ସରୋଜ ଚୌଧୁରୀ, କମଲ ପାତ୍ର, ଚନ୍ଦ୍ର ଶେଖର ସାମନ୍ତ, ଚନ୍ଦନ ସାହୁ, ଟିପକ୍ କୁମାର ପୂଜାରୀ, ମଧୁ ସୂଦନ ସାହୁ, ଜଗଦିଶ୍ ପ୍ରଧାନ ଯୋଗ ଦେଇ ନୂଆଁ ଓଡ଼ିଶା ଗଠନ ପାଇଁ ଶପଥ ନେଇଥିଲେ ।
Comments
Post a Comment