ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ



ବାରିପଦା, ୨୪/୦୬  : ଚୀନ ଭାରତ ସୀମା ଲାଗି ରହି ଥିବା ଉତେଜନା ପରିସ୍ଥିତିରେ ସଂର୍ଘଷ ଘଟି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଓଡିଶାର ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରେନ । ଚୀନ ସୀମାନ୍ତରେ ମଙ୍ଗଳବାର ରାତିରେ ଚୀନ ସୈନ୍ୟଙ୍କ ସହିତ ଘଟିଥିବା ସଂର୍ଘଷରେ ଶହୀଦ ହୋଇଥିବାର ଜଣାଯାଇଛି । ତେବେ ତାଙ୍କର ଶହୀଦ ହୋଇଥିବାର ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ପରିପ୍ରେକ୍ଷୀରେ ବୀର ଯବାନ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ଭାରତୀୟ ଜନତା ଯୁବମୋର୍ଚ୍ଚା, ମୟୂରଭ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି କୁମାର ମଙ୍ଗଳମଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ଇଂ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ , ପୂର୍ବତନ ଜିଲ୍ଲା ସଭାପତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀଧର ହାୱଡା, ବିଜୟ ଦାସ, ଶୋଭାବତୀ ଓତା, ନଗର ସଭାପତି ନିରଞ୍ଜନ ଦାସ, ପ୍ରବୀଣ କୁମାର ପାତ୍ର, ମାନସୀ ତ୍ରିପାଠୀ, ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ପାୟଲ ରାୟ, ଦେବବ୍ରତ ସାମଲ, ସୋମନାଥ ବେହେରା, ଏସ.କେ.ନାସିର, କାର୍ତିକ ମହାନ୍ତ, ଅପୁ ସେଠୀ, ନୟନ କୁମାର ଦାସ ଙ୍କ ସହିତ ଅନ୍ୟ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇ କ୍ୟାଣ୍ଡେଲ ଜଳାଇ ବୀର ସୈନିକଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାଳି ଜ୍ଞାପନ କରିଥିଲେ । ଏହି ସଂଘର୍ଷରେ ପ୍ରାଣବଳି ଦେଇଥିବା ସମସ୍ତ ସୈନିକ ମାନଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଳି ଅର୍ପଣ କରାଯାଇଥିଲା । ଶେଷରେ ବୀର ସହିଦ୍ ମାନଙ୍କ ପାଈଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ଚାଇନା ଦ୍ରବ୍ୟକୁ ସମସ୍ତେ ବ୍ୟବହାର ନକରିବା ପାଇଁ ଶପଥ ନେଇଥିଲେ ।

Comments