ବିଜେପି ପକ୍ଷରୁ କଳାଦିବସ


କଟକ,୨୭ା୬: କଟକ ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଦେଉଳସାହିସ୍ଥିତ ମୋନାଲିସା ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଯୋଗଦେଇ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ତତ୍‌କାଳୀନ ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ଦେ, ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ମହିଳା ମୋର୍ଚ୍ଚା ଓଡ଼ିଶା ପ୍ରଦେଶ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୂର୍ବତନ ନଗର ସଭାପତି ଲକ୍ଷ୍ମୀଧର ପ୍ରଧାନ, ଆଇନଜୀବୀ ସମର ଚନ୍ଦ୍ର ମହାପାତ୍ର, ସିକନ୍ଦର ଅଲ୍ଲୀ, ଓମ ରାୟ, ରାମରତନ ଶର୍ମା, ମଣ୍ଡଳ ସଭାପତି ନନ୍ଦ କିଶୋର ଜେନା, ଦେବାନନ୍ଦ ସିଂ, ପୁଷ୍ପିତା ମହାପାତ୍ର, ଲଲାଟେନ୍ଦୁ ଦାସ, ନିତାଇ ଗୌର ମହାନ୍ତି, ପ୍ରମୋଦ ଓଝା, ସତ୍ୟବ୍ରତ ମିଶ୍ର, ଆଇନଜୀବୀ ବିକେବାନନ୍ଦ ନାୟକ, ବିଜୟ ମହାପାତ୍ର, ବିଜୟ ଦଳାଇ, କଳ୍ପନା ପଟ୍ଟ ନାୟକ, ପାର୍ବତୀ ଚରଣ ଦାସ, ରାଜେନ୍ଦ୍ର ସାମଲ, ସୁନୀଲ ଦ୍ୱିବେଦୀ ପ୍ରମୁଖ ଯୋଗଦେଇ ଜରୁରିକାଳୀନ ପରିସ୍ଥିତି ସମୟରେ ଅନ୍ୟାୟ ବିରୋଧରେ ଲଢ଼ି ଜେଲ୍ ଯାଇଥିବା ସଂଗ୍ରାମୀ ନେତା ରାମରତ ଶର୍ମା, ଓମ ରାୟ ଓ ଅରୁଣ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ବାଇମୁଣ୍ଡି ମଣ୍ଡଳ ସଭାପତି ଲଲାଟେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Comments