ନୂଆଦିଲ୍ଲୀ,୨୯ା୬ : ଆତଙ୍କବାଦର କରାଳ ରୂପରୁ ମୁକ୍ତ ହେବାକୁ ଯାଉଛି କାଶ୍ମୀର । ପୃଥିବୀ ପୃଷ୍ଠରେ ଭୂସ୍ୱର୍ଗ ରୂପେ ପରିଚିତ କାଶ୍ମୀର ନିଜର ଗାରିମାମୟ ଅତୀତକୁ ଫେରିପାଇବା ସହ ଏଠାକାର ବାସିନ୍ଦାଙ୍କ ଶାନ୍ତି, ମୈତ୍ରୀ ଓ ପ୍ରଗତୀର ସମୟ ସଶକ୍ତ ଭାବେ ଆରମ୍ଭ ହେବାକୁ ଯାଉଛି । ଗତ ୬ମାସ ମଧ୍ୟରେ କାଶ୍ମୀରରେ ୨ଶହରୁ ଅଧିକ ଆତଙ୍କବାଦକୁ ନିପାତ କରିଛି ଭାରତୀୟ ସୁରକ୍ଷା ବାହିନୀ । ଆତଙ୍କବାଦୀ କବଳିତ ଦକ୍ଷିଣ କାଶ୍ମୀରରୁ ୩ ଆତଙ୍କୀ ଆଜି ନିପାତ ହୋଇଛନ୍ତି । ଅନ୍ୟପଟେ ଭାରତର ଦୃଢ଼ ରଣନୀତି ଆଗରେ ଏବେ ଆତଙ୍କବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ସେହିପରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ପାକିସ୍ତାନ ଓ ବିଶ୍ୱର ଅନ୍ୟ ରାଷ୍ଟ୍ରଠାରୁ ଚାନ୍ଦା ସଂଗ୍ରହ କରୁଥିବା ବିଚ୍ଛିନ୍ନତାବୀଦ ହୁରିଆତ କନଫରେନ୍ସ ମଧ୍ୟ ବାଟବଣା ହୋଇଛି । ହୁରିଆତ କନଫରେନନ୍ସ ଅଧ୍ୟକ୍ଷ ସୟଦ ଅଲୀ ଶାହ ଗିଲାନୀ (୯୦) ଆଜି ତାଙ୍କ ପଦରୁ ଓହରି ଯାଇଛନ୍ତି । ଶ୍ରୀ ଗିଲାନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ହୁରିଆତ କନଫରେନ୍ସିଂର ପ୍ରାସଙ୍ଗିକତା ହ୍ରାସ ପାଉଥିବାରୁ ବାଧ୍ୟ ହୋଇ ସେ ପଦ ଛାଡୁଛନ୍ତି । ସୀମାରେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶକୁ ରୋକିବା ସହ କାଶ୍ମୀରରେ ସଂହାରଲୀଳା ରଚାଉଥିବା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଭାରତର ଏଭଳି କଡା ଆଭିମୁଖ୍ୟ ଜାତୀୟ ସୁରକ୍ଷା ଓ ସଂହତି ପ୍ରତି ମଧ୍ୟ ବେଶ୍ ଫଳପ୍ରସୂ ହୋଇଛି ବୋଲି ମଧ୍ୟ କୁହାଯାଉଛ
Comments
Post a Comment