ନବରଙ୍ଗପୁରନବରଙ୍ଗପୁର ଜିଲ୍ଲା ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋଡ଼ାଗଡ଼ର ଅଲେଖ ମହିମା ଆଶ୍ରମର ମୁଖ୍ୟ ସାଧୁ ଧନୁର୍ଯ୍ୟୟ ବାବାଙ୍କୁ ତାଙ୍କର ଶ୍ରଦ୍ଧାଳୁ ଭକ୍ତମାନେ କାନ୍ଧରେ ବୋହି ଆସୁଛନ୍ତି । ଏଠାରେ ସୂଚନାଯୋଗ୍ୟ, ପୋଡାଗଡ ଆଶ୍ରମର ଅବଧୂତ ସାଧୁ ଧନୁର୍ଯ୍ୟୟ ବାବା ବକଳଧାରୀ ସେ କୌଣସି ଯାନବାହନରେ ବସନ୍ତି ନାହିଁ । ସେ ଏହି ପୋଡାଗଡର ଆଖପାଖ ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ସହ ଛତିଶଗଡ଼ରେ ଧର୍ମପ୍ରଚାର କରି ଅନେକ ଶିଷ୍ୟ, ନିଶା ନିବାରଣ, ଅଭକ୍ଷ ଭକ୍ଷଣ ନକରି ତାଙ୍କ ନୀତି ନିୟମରେ ଚାଲି ଆସୁଛନ୍ତି । ପ୍ରତିବର୍ଷ ପୌଷ୍ୟ ମାସ ପୂର୍ଣ୍ଣିମା ପରେ ଯୋରନ୍ଦା ମେଳାକୁ ଖାଲି ପାଦରେ ଅନେକ ସାଧୁସନ୍ଥ ଭକ୍ତମାନଙ୍କ ମେଳରେ ଯାଇଥାଆନ୍ତି । ସେଠାରେ ଏକମାସ ରହି ମାଘ ମେଳା ସଂପୂର୍ଣ୍ଣ କରିଥାନ୍ତି । ଯୋରନ୍ଦା ମେଳାରେ ପୋଡାଗଡ ଭକ୍ତମାନଙ୍କ ଗୁରୁ ଦକ୍ଷିଣାରେ ଏକ ପାନ୍ଥନିବାସ ନିର୍ମାଣ ହୋଇଛି । ଅଦ୍ୟାବଧି ଚାଲିଥିବା ଲକ୍ଡାଉନ୍ ସମୟରେ ସେ ଭକ୍ତମାନଙ୍କ ମେଳରେ ପୋଡାଗଡ ଆଶ୍ରମ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତାଙ୍କ ଭକ୍ତ ସାଙ୍ଗରେ ରହି ବୋହି ଆଣୁଛନ୍ତି । ଦୀର୍ଘ ୪୮୬ କି:ମି: ବାଟ ଅତିକ୍ରମ କରିଛନ୍ତି । ବର୍ତ୍ତମାନ ସେମାନେ ନବରଙ୍ଗପୁରରେ ପହଞ୍ଚିଲେ । ବାଟରେ ଭକ୍ତଙ୍କ ପାଖରେ ଭିକ୍ଷା କରି ବର୍ତ୍ତମାନ ଓଡ଼ିଶାରୁ କରୋନା ବେମାର ଦୂରେଇ ଯାଇ ସୁସ୍ଥ ବାତାବରଣ ହେଉ ବୋଲି ଡାକ ଦେଉଛନ୍ତି ଓ ଭଗବାନଙ୍କୁ ପ୍ରାର୍ଥନା ଜଣାଉଛନ୍ତି । ସାଧୁ ବାବାଙ୍କ ଆଗମନକୁ ପୋଡାଗଡ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କ ସହ ପ୍ରକୃତି ଗବେଷକ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ବାବାଙ୍କୁ ସ୍ୱାଗତ କରିଥିଲେ ।
Comments
Post a Comment