ଏମ୍‌ଏସ୍‌ଏମ୍‌ଇକୁ ସହାୟତା କରିବା ପାଇଁ ସିଡ୍‌ବି ସ୍ଥାପନକଲା ‘ସ୍ୱାବଲମ୍ବନ ସଙ୍କଟ ମୋଚନ ପାଣ୍ଠି’



ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ (ଏମଏସଏମଇ)ର ପ୍ରୋତ୍ସାହନ, ଅର୍ଥ ଲଗାଣ ଏବଂ ବିକାଶ କ୍ଷେତ୍ରରେ କାର୍ଯ୍ୟକରୁଥିବା ପ୍ରଧାନ ଆର୍ଥିକ ପ୍ରତିଷ୍ଠାନ ଭାରତର କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ (ସିଡ୍‌ବି) ଟ୍ରେଡ ରିସିଭେବଲ୍ ଓ ଡିସ୍‌କାଉଣ୍ଟିଂ ସିଷ୍ଟମ (ଟିଆରଇଡିଏସ) କ୍ଷେତ୍ରରେ ଏମଏସଏମଇ ଗୁଡିକୁ ଜ୍ଞାନପ୍ରାପ୍ତ ଦିଗରେ ମାଗଣାରେ ସମର୍ଥନ କରିବାକୁ ‘ସ୍ୱାବଲମ୍ବନ ସଙ୍କଟ ମୋଚନ ପାଣ୍ଠି’ ଗଠନ କରୁଛି । ସୂଚନାଯୋଗ୍ୟ ଯେ, ରିସିଭେବଲ୍‌ଓ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡ (ଆରଏକ୍ସଆଇଏଲ), ଏମ୧ଏକ୍ସଚେଞ୍ଜ ଏବଂ ଇନଭଏସ୍‌ମାର୍ଟ ହେଉଛି ତିନିଟି ଟିଆରଇଡିଏସ ପ୍ଲାଟଫର୍ମ ଯାହା ବହୁବିଧ ଅର୍ଥଲଗାଣକାରୀଙ୍କ ଦ୍ୱାରା ଇନ୍‌ଭଏସ ରିଆତି ଜରିଆରେ ଏମଏସଏମଇ ଗୁଡିକୁ କାର୍ଯ୍ୟକାରୀ ମୂଳଧନର ସୁଯୋଗ ନେବାରେ ସହାୟତା କରିଥାଏ । ସିଡ୍‌ବିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମହମ୍ମଦ ମୁସ୍ତାଫା, ଆଇଏଏସ, କହିଛନ୍ତି, “କୋଭିଡ-୧୯ ମହାମାରୀ ସଙ୍କଟର ସମାଧାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ଭାରତ ସରକାରଙ୍କର ବିବିଧ ପ୍ରୟାସକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏମଏସଏମଇ ବ୍ୟବସ୍ଥା ଏବଂ ଏହି ସମସ୍ତ ସାଧନଗୁଡିକୁ ସୁଦୃଢ କରିବାକୁ ପଦକ୍ଷେପ ନେଉଛନ୍ତି । ୟୁକେର ଆନ୍ତର୍ଜାତିକ ଉନ୍ନୟନ ବିଭାଗ (ଡିଏଫଆଇଡି) ଅଂଶୀଦାରରେ ସିଡ୍‌ବି ପକ୍ଷରୁ ସମ୍ପ୍ରତି ସ୍ୱାବଲମ୍ବନ ସମ୍ବଳ ସୁବିଧା ଅଧୀନରେ ଏକ ସ୍ୱାବଲମ୍ବନ ସଙ୍କଟ ମୋଚନ ପାଣ୍ଠି ଗଠନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ବ୍ୟାଙ୍କ ପକ୍ଷରୁ ଆଉ ଏକ ବିବିଧକୃତ ପ୍ରୟାସ ହୋଇଛି । ଏହି ଆହ୍ୱାନମୂଳକ ସମୟରେ ଏମଏସଏମଇଗୁଡିକୁ ଆଶ୍ୱସ୍ତି ପ୍ରଦାନ ପାଇଁ ଏହା ଲକ୍ଷ୍ୟ ରଖିଛି । ଆମେ ଆଶାବାଦୀ ଯେ ଏମଏସଏମଇଗୁଡିକ ଟିଆରଇଡିଏସ୍ ସମ୍ପର୍କରେ ଜ୍ଞାନ ପ୍ରାପ୍ତି କରିବାକୁ ଏହି ସୁଯୋଗର ସର୍ବାଧିକ ଉପଯୋଗ କରିବେ ।” ସୂଚନାଥାଉ ଯେ, ଟିଆରଇଡିଏସ ଏକ ଇଲେକଟ୍ରୋନିକ ପ୍ଲାଟଫର୍ମ ଯେଉଁଠି କ୍ରେତାଙ୍କ (ବୃହତ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ ସଂସ୍ଥା, ସରକାରୀ ବିଭାଗ ଆଦି) ନିମନ୍ତେ ଏମଏସଏମଇଗୁଡିକର ପ୍ରାପ୍ୟକୁ ନିଲାମ ବ୍ୟବସ୍ଥାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ସୁଧହାରରେ ବହୁବିଧ ଅର୍ଥଲଗାଣକାରୀଙ୍କ ଦ୍ୱାରା ଯୋଗାଇ ଦିଆଯାଏ । ଏମଏସଏମଇ ଗୁଡିକ ନିମନ୍ତେ ଚିରସ୍ଥାୟୀ ଏବଂ ବିଶେଷ କରି ସମ୍ପ୍ରତି କୋଭିଡ-୧୯ ଭଳି ମହାମାରୀ ଜନିତ ଆହ୍ୱାନମୂଳକ ସମୟରେ ଅର୍ଥ ପ୍ରବାହ ପ୍ରସଙ୍ଗର ଟିଆରଇଡିଏସ୍ ହେଉଛି ପ୍ରକୃଷ୍ଟ ସମାଧାନ । ଏମଏସଏମଇଗୁଡିକୁ ଏହି ପ୍ଲାଟଫର୍ମରେ ଅଧିକରୁ ଅଧିକ ଯୋଗଦେବା ଏବଂ ତାହାର ଫାଇଦା ନେବା ଦିଗରେ ପ୍ରେରିତ କରିବା ନିମନ୍ତେ ଏହି ପ୍ଲାଟଫର୍ମଗୁଡିକ ସହିତ ଆଲୋଚନା ଅନୁଷ୍ଠିତ ହୋଇଥିଲା । ସେମାନେ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏମଏସଏମଇ ଗୁଡିକୁ ମାଗଣାରେ ଜ୍ଞାନ ପ୍ରଦାନ ସୁବିଧା ସମ୍ପ୍ରସାରିତ କରିବା ଦିଗରେ ଜାତୀୟ ଯଥୋଚିତ ପ୍ରୟାସରେ ଯୋଗଦେବାକୁ ସକ୍ରିୟ ଭାବରେ ଆଗେଇ ଆସିଛନ୍ତି । ଟିଆରଇଡିଏସରେ ଯୋଗଦେବା / ପଞ୍ଜିକରଣ କରିବା ବାବଦ ଖର୍ଚ୍ଚ ଆଂଶିକ ଭରଣା କରିବା ଏବଂ ଏମଏସଏମଇ ଗୁଡିକୁ ମାଗଣାରେ ଜ୍ଞାନ ପ୍ରଦାନ ନିଶ୍ଚିତ କରିବା ଦିଗରେ ଟିଆରଇଡିଏସ୍ ଗୁଡିକୁ ସମର୍ଥନ ଯୋଗାଇଦେବାକୁ ଏହି ପାଣ୍ଠିର ଉପଯୋଗ କରାଯିବ । ସିଡ୍‌ବି ମଧ୍ୟ ଦେଶର ୧୦ଟି ସହରରେ ୫ଟି ଅଂଶୀଦାର ପ୍ରତିଷ୍ଠାନ (ଫିନ୍‌ଟେକ, ଅଣ ବ୍ୟାଙ୍କିଙ୍ଗ ଅର୍ଥ ଲଗାଣକାରୀ କମ୍ପାନୀ ସମୂହମାଇକ୍ରୋଫାଇନାନ୍ସ ସଂସ୍ଥା ଅଥବା ଏନବିଏଫସି-ଏମଏଫଆଇ) ଜରିଆରେ ଟିଆରଇଡିଏସ୍‌, ସରକାରୀ ଇମାର୍କେଟପ୍ଲେସ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି ତଥା ଏମଏସଏମଇଗୁଡିକୁ ଜ୍ଞାନପ୍ରଦାନ ନିମନ୍ତେ ଏକ ବିବିଧକୃତ କ୍ଲଷ୍ଟର ଆଉଟରିଚ୍ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ।

Comments