ପାକିସ୍ତାନ-ଚୀନ୍‌କୁ ଖୁସି କଲା ଭଳି ବୟାନ ଦେବା ଠିକ୍ ନୁହେଁ



ନୂଆଦିଲ୍ଲୀ: ଚୀନ୍ ଭାରତ ସୀମା ବିବାଦକୁ ନେଇ ଦେଶରେ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି । ଶାହ ଜାତୀୟ ଖବର ସରବରାହ ସଂସ୍ଥା ଏନଆଇଏକୁ ସାକ୍ଷାତକାରରେ କହିଛନ୍ତି ରାହୁଲ ଗାନ୍ଧିଙ୍କ ହାଜଟ୍ୟାକକୁ ଚୀନ୍ ଏବଂ ପାକିସ୍ତାନ ପ୍ରୋତ୍ସାହିତ କରିଛନ୍ତି । କଂଗ୍ରେସ ନେତାଙ୍କୁ ହୀନ ରାଜନୀତି ବନ୍ଦଦେବା ଆବଶ୍ୟକ । ଶାହ କହିଛନ୍ତି ଆଗକୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଇଛି, ଚର୍ଚ୍ଚା କରିବାର ଅଛି ଯଦି ଆସନ୍ତୁ, କରିବା । ୧୯୬୨ରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଘଟଣା ଉପରେ ତର୍କ କରିବାକୁ ଆମେ ପ୍ରସ୍ତୁତ । ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆମେ ଭାରତ ବିରୋଧରେ ଚଲାଯାଉଥିବା ପ୍ରୋପାଗେଣ୍ଡା ସହ ମୁକାବିଲା ପାଇଁ ସକ୍ଷମ ଅଛୁ କିନ୍ତୁ ଦୁଃଖର କଥା ଏହା ଯେ ଏକ ବଡ ଦଳର ପୂର୍ବତନ ଅଧ୍ୟକ୍ଷ କରୋନା ସଙ୍କଟ ସମୟରେ ନୀଚ ରାଜନୀତି କରୁଛନ୍ତି । ଏହି ବିଷୟ ଉପରେ ସେ ଏବଂ ତାଙ୍କ ଦଳ ପୁଣିତରେ ବିଚାର କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲଙ୍କ ଦ୍ୱାରା କରାଯାଇଥିବା ହାଜଟ୍ୟାକକୁ ଚୀନ୍ ଏବଂ ପାକିସ୍ତାନ ଦ୍ୱାରା ଆଗକୁ ବଢାଯାଉଛି । ଯେତେବେଳେ ଦେଶର ଯବାନ ସଂଘର୍ଷ କରୁଛନ୍ତି, ସରକାର ଦୃଢ ହୋଇ ପଦକ୍ଷେପ ନେଉଛନ୍ତି, ଏହି ସମୟରେ ପାକିସ୍ତାନ ଏବଂ ଚୀନ୍‌କୁ ଖୁସି କରିବା ଭଳି ବୟାନ ଦିଅନ୍ତୁ ନାହିଁ । ଉଲ୍ଲେଖଯୋଗ୍ୟ, ୧୫ ଜୁନରେ ଲଦ୍ଦାଖରେ ଗଲୱାନ ଭ୍ୟାଲିରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଆମର ୨୦ ଯବାନ ଶହୀଦ ହୋଇଥିଲେ । ଏହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚୀନ୍ ସମ୍ମୁଖରେ ସରେଣ୍ଡର କରିଥିବାର ଅଭିଯୋଗ କରିଥିଲେ । 

Comments