କଂଗ୍ରେସ-ଚୀନ ବୁଝାମଣା


ନି କଟରେ ମହେଶ ଜେଠାମଲାନୀ ନାମକ ଜଣେ ସୁପ୍ରିମକୋର୍ଟ ଓକିଲ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଚୀନର କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ରହିଥିବା ନିବିଡ ସଂପର୍କକୁ କେନ୍ଦ୍ରକରି ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଅନୁସନ୍ଧାନ କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି । ତାଙ୍କ କହିବାନୁସାରେ ଗଣତନ୍ତ୍ର ଓ ଭାରତର ବିରୋଧୀ ଏବଂ ସଚରାଚର ପାକିସ୍ଥାନର ସମର୍ଥନକାରୀ ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଭାରତର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିବିଡ ସଂପର୍କ ରଖି କାର୍ଯ୍ୟକରିବା, ଦୁଇଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶତ୍ରୁ ରାଷ୍ଟ୍ରକୁ ସୁହାଇଲା ପରି ବକ୍ତବ୍ୟ ରଖିବା ପଛରେ କେଉଁଠି ନା କେଉଁଠି କିଛି କଳାଦାଗ ରହିଛି, ଯାହାର ଅନୁସନ୍ଧାନ କରାଯିବା ଆବଶ୍ୟକ । ଏପରିକି ନୂଆଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଶର ଅନ୍ୟାନ୍ୟ ସମସ୍ତ ବିରୋଧୀଦଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକୁ ପ୍ରଶଂସା କରାଯାଇଥିବା ସ୍ଥଳେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ସରକାରଙ୍କୁ ପ୍ରଶ୍ନ କରି ଅନ୍ୟମାନଙ୍କୁ ଚକିତ କରିଦେଇଥିଲେ । ଏହାଛଡା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ୍ ଏବଂ ଶଶୀଥରୁର ମଧ୍ୟ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଅଭିଯାନ ଏବଂ ଅନ୍ୟାନ୍ୟ ପଦକ୍ଷେପଗୁଡିକୁ ସମାଲୋଚନା କରିବାରେ ବ୍ୟସ୍ତଥିବା ଏବେ ପରିଲକ୍ଷିତ ହେଉଛି । କେବଳ ସେତିକି ନୁହେଁ କଂଗ୍ରେସଦଳ ସମର୍ôଥତ ଗଣମାଧ୍ୟମଗୁଡିକରେ ମଧ୍ୟ ସୋନିଆ ଗାନ୍ଧିଙ୍କ ଭାଷାରେ ସମ୍ବାଦ ପ୍ରକାଶ ପାଇବା ସହ ଦେଶର ସେନାବାହିନୀ ଉପରେ ପ୍ରଶ୍ନ ଉଠାଯାଇଛି । ଅତୀତରେ ପାକିସ୍ଥାନରେ ଏୟାର ଷ୍ଟ୍ରାଇକ ପରେ ପରେ ଏମିତି କେତେକ ପ୍ରଶ୍ନ ଉଠାଯାଇଥିଲା । ଏବେ ସେମିତି କଂଗ୍ରେସ ନେତା ରାହୁଳ ଗାନ୍ଧି ପ୍ରତିଦିନ ନିଜ ଟ୍ୱିଟରରେ ଅନେକଗୁଡିଏ ଚୀନକୁ ସମର୍ଥନ କଲା ପରି ପ୍ରଶ୍ନ ଉଠାଉଛନ୍ତି । ବିଶେଷକରି ଲଦ୍ଦାଖରେ ଚୀନସେନାଙ୍କ ସହ ମୁହାଁମୁହିଁ ହେଲା ବେଳେ ଭାରତର ସେନା କାହିଁକି ବନ୍ଧୁକ ଧରି ଗଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଦେଖିବାକୁ ଗଲେ ଅତୀତରେ ଡୋକଲାମ ବିବାଦ ବେଳେ ମଧ୍ୟ କଂଗ୍ରେସ ଦଳ ପକ୍ଷରୁ ଏମିତି ପରିସ୍ଥିତି ସୃଷ୍ଟି କରାଯାଇଥିଲା । ଦୁଇଦେଶ ମଧ୍ୟରେ ସୀମାରେ ଉତ୍ତେଜନା ଜାରି ଥିଲାବେଳେ କଂଗ୍ରେସ ନେତା ରାହୁଳ ଗାନ୍ଧି, ସୋନିଆ ଗାନ୍ଧି, ମନମୋହନ ସିଂହ ପ୍ରମୁଖ ନୂଆଦିଲ୍ଲୀରେ ଥିବା ଚୀନର ରାଷ୍ଟ୍ରଦୂତଙ୍କ ସହ ଏକ ବୈଠକରେ ସାମିଲ ହୋଇଥିଲେ, ଯାହା ସେତେବେଳେ ସମସ୍ତଙ୍କ ମନରେ ସନ୍ଦେହ ଜାତ କରିଥିଲା । ତତ୍‌କାଳୀନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ କଂଗ୍ରେସର ଉକ୍ତ ପଦକ୍ଷେପକୁ ସମାଲୋଚନା କରିଥିଲେ । ଏବେ ସେମିତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏମିତି କେତେକ ପ୍ରଶ୍ନ ଉଠାଇଛନ୍ତି ଯାହା ଚୀନ ସରକାରଙ୍କୁ ଯଥେଷ୍ଟ ସହାୟକ ହେବ । ଅତୀତରେ ରାହୁଳ ଗାନ୍ଧିଙ୍କ ମନ୍ତବ୍ୟକୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାଁ ଜାତିସଂଘରେ ଉଲ୍ଲେଖ କରିଥିଲେ । ଆହୁରି ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମଣିଶଙ୍କର ଆୟାର ପାକିସ୍ଥାନ ଗସ୍ତରେ ଯାଇ କଂଗ୍ରେସ ଦଳକୁ ଶାସନକୁ ଫେରାଇ ଆଣିବା ପାଇଁ ନିବେଦନ କରିବା ସହ ସରକାରକୁ ଫେରିଲେ କଂଗ୍ରେସ ଦଳ ପାକ୍ ସହ ଉତ୍ତମ ସଂପର୍କ ରଖିବ ବୋଲି ପ୍ରକାଶ କରିଥିଲେ । ଏକଥା ମଧ୍ୟ ସତ ଯେ ଭାରତର ଦୁଇ ପଡୋଶୀ ଶତ୍ରୁ ରାଷ୍ଟ୍ରଙ୍କୁ କଂଗ୍ରେସର ସରକାର ଭାରତର ଶାସନରେ ଥିଲାବେଳେ ହଜାର ହଜାର ବର୍ଗ କିମି ପରିମିତ ଜମି ଦଖଲ କରିବାକୁ ଛାଡି ଦେଇଥିଲେ । ସ୍ୱାଧୀନତା ପରେ ପାକିସ୍ଥାନକୁ ଗିଲଗିଟ୍ ଓ ବଲଟିସ୍ଥାନ, ୧୯୬୨ରେ ଚୀନକୁ ଅକସାଇଚୀନ ଅଞ୍ଚଳ ଛାଡିଦେଇଥିଲେ । ଏପରିକି ଅକ୍‌ସାଇଚୀନ ଅଞ୍ଚଳରେ ଘାସ କଅଁଳୁ ନଥିବା ଦୃଷ୍ଟିରୁ ସେସବୁ ଅଞ୍ଚଳ ମୂଲ୍ୟହୀନ ବୋଲି ଖୋଦ୍ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଂସଦରେ ବକ୍ତବ୍ୟ ଦେଇଥିଲେ । କେବଳ କ୍ଷମତାରେ ରହିବା ଲାଗି ସ୍ୱାଧୀନତା କାଳର ଦୁଇବର୍ଷରେ ୨୧ଲକ୍ଷ ଲୋକଙ୍କ ପ୍ରାଣହାନୀ ହିଂସା ଯୋଗୁ ହୋଇଥିଲେ ହେଁ ଦେଶର ସ୍ୱାଧୀନତା ବିନା ରକ୍ତପାତରେ ହେଲା ବୋଲି କହି କଂଗ୍ରେସ ଦଳ ଦେଶବାସୀଙ୍କୁ ଦିନରେ ହାରକିନ ଦେଖାଇଲା । ଏବେ କଂଗ୍ରେସ ଦଳର ମନରେ ଥିବା ରାଜନୀତିକ ଅସହିଷ୍ଣୁତାକୁ ଦେଖାଯାଉ । ରାହୁଳ ଗାନ୍ଧି ସୀମାରେ ଯବାନମାନେ କାହିଁକି ଅସ୍ତ୍ର ପ୍ରୟୋଗ କଲେ ନାହିଁ ବୋଲି ମୂର୍ଖତାପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । କାରଣ ତାଙ୍କୁ ଜଣାନାହିଁ ଯେ ୧୯୯୬ ଏବଂ ୨୦୦୫ରେ ଦୁଇଦେଶ ମଧ୍ୟରେ ଯେଉଁ ଆଲୋଚନା ହୋଇଥିଲା ସେଥିରେ ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ଦୁଇ କିଲୋମିଟର ଅଞ୍ଚଳରେ ଦୁଇଦେଶର ଯବାନ ଗୁଳିଫୁଟାଇ ପାରିବେ ନାହିଁ ବୋଲି ସ୍ଥିର ହୋଇଥିଲା । ଏବେ ଯବାନଙ୍କ ଉପରେ ଚୀନ ସେନା ଆକ୍ରମଣ କରିବା ଉତ୍ତାରୁ କେନ୍ଦ୍ର ସରକାର ପୂର୍ବର ସେହି ବୁଝାମଣାକୁ ନିରସ୍ତ୍ର କରି ଭାରତୀୟ ସେନା ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେଇପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି । ଏବେ କଥା ଉଠୁଛି କଂଗ୍ରେସ ଏବଂ ଚୀନ ମଧ୍ୟରେ ଏତେ ଘନିଷ୍ଠତାର କାରଣ କଣ । କଥା ହେଲା ୨୦୦୭ରେ ରାହୁଳ ଗାନ୍ଧି ଚୀନ ଗସ୍ତରେ ଯାଇଥିଲେ । ୨୦୦୮ରେ ରାହୁଳଙ୍କ ମାଆ ସୋନିଆ, ଭଉଣୀ ପ୍ରିୟଙ୍କା, ଭିଣୋଇ ରବର୍ଟ ଭଦ୍ରା, ଦୁଇ ଭଣଜା ମଧ୍ୟ ବେଜିଂ ଅଲିମ୍ପିକ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେବାଲାଗି ଚୀନ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ପାଇ ବେଜିଂ ଗସ୍ତ କରିଥିଲେ । ସେମାନଙ୍କ ସହ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ରହିଥିଲେ । ଉକ୍ତ ଗସ୍ତ କାଳରେ ଚୀନର ଏକଦଳିଆ ରାଜନୀତିର ସରକାରୀ ଦଳ ଚୀନ କମ୍ୟୁନିଷ୍ଟ ପାର୍ଟି ସହ ଭାରତର ଜାତୀୟ କଂଗ୍ରେସ ଦଳ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ ତତ୍‌କାଳୀନ ଚୀନ ପ୍ରଧାନମନ୍ତ୍ରୀ ଲି ଜିନ୍‌ପିଙ୍ଗ ଏବଂ କଂଗ୍ରେସ ନେତା ରାହୁଳ ଗାନ୍ଧି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଜିନପିଙ୍ଗ୍ ସେ ସମୟରେ ଚୀନ କମ୍ୟୁନିଷ୍ଟ ପାର୍ଟିର ଉପସଭାପତି ୪ ।ା ସୌମେନ୍ଦ୍ର ଜେନା ।ା ଥିଲେ । ଦୁଇ ଦଳ ପରସ୍ପରକୁ ଠିକଣା ସୂଚନା ପ୍ରଦାନ କରିବା, ପରସ୍ପରକୁ ସମ୍ମାନ ଜଣାଇବା ପାଇଁ ବଦ୍ଧପରିକର ହେବାପାଇଁ ବୁଝାମଣାରେ ଉଲ୍ଲେଖ ରହିଲା । ଯେଉଁଥିପାଇଁ ୧୭-୧୮ମାର୍ଚ୍ଚ ୨୦୧୮ରେ କଂଗ୍ରେସ ଦଳର ୨୪ତମ ସ୍ୱତନ୍ତ୍ର ଅଧିବେଶନ କାଳରେ ଚୀନ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଶୁଭେଚ୍ଛା ଜଣାଇ ଏକ ପତ୍ର କଂଗ୍ରେସ ଦଳପାଇଁ ପଠାଯାଇଥିଲା । ଏହି ବୁଝାମଣା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଚୀନ ସରକାରଙ୍କ ବିରୋଧରେ ଯେଉଁ ପଦକ୍ଷେପ ନେଉଛନ୍ତି ରାହୁଳଙ୍କୁ ତାହା ହୃଦ୍‌ଘାତ ହେଲାପରି ମନେ ହେଉଛି । ଚୀନ ସହ କଂଗ୍ରେସର ଏପରି ବୁଝାମଣା ଯୋଗୁ ଚୀନ ସେନା ବାହିନୀ ଭାରତର ତିନ୍ତାପଙ୍ଗନକ୍ (୨୦୦୮), ଚାବଜୀ ଘାଟୀ (୨୦୦୮), ଡୁମଚେଲି(୨୦୦୯), ଡେମ୍‌ଚୋକ (୨୦୧୨), ରାକୀନୁଲା (୨୦୧୩) ଅଞ୍ଚଳକୁ ନିଜ ଦଖଲକୁ ନେଲାପରେ ମଧ୍ୟ ତତ୍‌କାଳୀନ କଂଗ୍ରେସ ସରକାର କିଛି କରିନଥିଲେ । ଏପରିକି ଏହି ସୂଚନା କେନ୍ଦ୍ର ସରକାର ପାଇଲା ପରେ ମଧ୍ୟ ଚୀନର ବିରୋଧ କରିବା ଦୂରେଥାଉ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଏହା ପୂର୍ବରୁ କଂଗ୍ରେସ ସରକାରଙ୍କ ଶାସନ କାଳରେ ୧୯୬୨ରେ ଅକସାଇ ଚୀନ ଏବଂ ୧୯୬୩ରେ କାରାକୋରମ ଘାଟୀ ଚୀନ ହାତକୁ ଯାଇଥିଲା । ଅଥଚ ନରେନ୍ଦ୍ର ମୋଦିଙ୍କ ଶାସନରେ ଡୋକଲାମ (୨୦୧୭), ଲିପୁଲେଖ (୨୦୨୦), ପେଗାଙ୍ଗ ତତ୍ସୋ (୨୦୨୦), ଗଲୱାନ ଘାଟୀ (୨୦୨୦)ଅଞ୍ଚଳକୁ ନିଜ ଦଖଲକୁ ନେବାପାଇଁ ଉଦ୍ୟମ କରି ଚୀନ ସେନା ବିଫଳ ହୋଇଛି । ଭାରତ ସରକାର ଇଞ୍ଚେ ମାଟି କାହାକୁ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କଲାପରେ କଂଗ୍ରେସ ଦଳ ପକ୍ଷରୁ ମୋଦି ବିରୋଧୀ ଏବଂ ବିଜେପି-ଆରଏସ୍‌ଏସ୍ ବିରୋଧକୁ ତୀବ୍ର କରାଗଲାଣି । ସୋସିଆଲ ମିଡିଆରେ ଅନେକଗୁଡିଏ ଜାଲ ବ୍ଲଗ ପ୍ରସ୍ତୁତ କରାଯାଇ କଂଗ୍ରେସ ନେତାମାନଙ୍କ ଭାଷଣକୁ ଚୀନ ଲୋକଙ୍କୁ ଦେଖାଇବାଲାଗି ସେଠାକାର କମ୍ୟୁନିଷ୍ଟ ସରକାର ଲାଗିପଡିଛି । କଂଗ୍ରେସ ଦଳ ପକ୍ଷରୁ ସଫେଇରେ କୁହାଯାଇଛି ଯେ ଏମିତି ବୁଝାମଣା ଦକ୍ଷିଣ ଆଫ୍ରିକାର କଂଗ୍ରେସ ଦଳ ସହ ମଧ୍ୟ ହୋଇଛି । କହିବା କଥା ହେଲା ଦକ୍ଷିଣ ଆଫ୍ରିକା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ହେତୁ ସେଠାକାର ଦଳ ସହ କଂଗ୍ରେସର ବୁଝାମଣା ସମ୍ଭବ ହୋଇପାରେ । କିନ୍ତୁ ଏକଛତ୍ରବାଦୀ ଓ ସାମ୍ରାଜ୍ୟବାଦୀ ଦଳ ଚୀନ କମ୍ୟୁନିଷ୍ଟ ପାର୍ଟି ସହ ଭାରତର କଂଗ୍ରେସ ଦଳ ଏପରି ବୁଝାମଣା କରିବା ଏବଂ ଯୁଦ୍ଧସ୍ଥିତିରେ ଶତ୍ରୁର ସମର୍ଥନରେ ବାହାରିବା ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ । ବିଶେଷ କରି ୨୦୧୩ରେ ତତ୍‌କାଳୀନ କଂଗ୍ରେସ ଦଳର ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ସଂସଦରେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ ଦେଶର ଉତ୍ତରସୀମାରେ ଗମନାଗମନ ପଥ ନିର୍ମାଣ ନ କରିବା କଂଗ୍ରେସ ସରକାରର ଏକ ନୀତି ଭାବେ କାର୍ଯ୍ୟକାରୀ ହୋଇଛି । ସେସବୁ ଅଞ୍ଚଳରେ ବିକାଶ ହେବା ଅର୍ଥ ଚୀନକୁ ସାମନା କରିବା । କିନ୍ତୁ ଚୀନ ସହ ସଂଘର୍ଷର ୫୮ବର୍ଷ ପରେ ମଧ୍ୟ ସୀମାକୁ ଦୁର୍ବଳ କରିବା ସହ ଚୀନ ସହ ନ ଲଢିବା ଲାଗି କଂଗ୍ରେସର ଏପରି ଦୁର୍ବଳ ମାନସିକତା ଦେଶ ପାଇଁ ଯେ କ୍ଷତି କରିବ ତାହା ଯେ କେହି କହିବ । ସେଥିପାଇଁ ଚୀନକୁ ଭାରତ ଆଖି ଦେଖାଇଲେ କଂଗ୍ରେସୀ ନେତାଙ୍କ ମୁଣ୍ଡରେ ବଜ୍ରପାତ ହେଉଛି । ସେମାନେ ଶତ୍ରୁର ସ୍ୱାର୍ଥକୁ ସୁହାଇଲା ପରି ବକ୍ତବ୍ୟମାନ ପ୍ରଦାନ କରି ଦେଶ ସୁରକ୍ଷାକୁ ଦୁର୍ବଳ କରିବାରେ ଲାଗିପଡିଛନ୍ତି । ଏବେ ନେପାଳ ସରକାର ଭାରତକୁ ଚୀନର ପରାମର୍ଶରେ ଆଖି ଦେଖାଇବାକୁ ଆରମ୍ଭ କରିଛନ୍ତି । ହେଲେ ୧୯୫୧ରେ ନେପାଳର ତତ୍‌କାଳୀନ ରାଜା ତ୍ରିଭୁବନ ଦେବ ଭାରତରେ ନେପାଳର ବିଲୟ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ତତ୍‌କାଳୀନ ଭାରତର ପ୍ରଧାନମନ୍ତ୍ରୀ ନେହେରୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୪୮ରେ ବେଲୁଚିସ୍ତାନର ଭାରତରେ ମିଶ୍ରଣ ପାଇଁ ସେଠାକାର ନବାବ ପ୍ରସ୍ତାବ ପଠାଇଥିଲେ ମଧ୍ୟ ନେହେରୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ଅଞ୍ଚଳକୁ ପାକିସ୍ଥାନ ଦଖଲ କରିନେଇଥିଲା । ଓମାନ ପକ୍ଷରୁ ଗ୍ୱାଦର ବନ୍ଦରକୁ ୧୯୪୭ରେ ଭାରତକୁ ଦେବାକୁ ପ୍ରସ୍ତାବ ମିଳିଥିଲା ର ହେଲେ ନେହେରୁ ତାହା ଗ୍ରହଣ ନକରିବାରୁ ପାକିସ୍ଥାନକୁ ତାହା ବିକ୍ରି କରାଯାଇଥିଲା । ୧୯୫୪ରେ ମଣିପୁରର ୧୧୦୦୦ ବର୍ଗ କିମି କ୍ଷେତ୍ର ବିଶିଷ୍ଟ ମଣିପୁର ରତ୍ନ ଭାବେ ପରିଚିତ କାବୁ ହ୍ୱେଲିକୁ କଂଗ୍ରେସ ସରକାର ସ୍ଥାନୀୟ ଲୋକମାନଙ୍କ ପ୍ରତିବାଦ ସତ୍ତ୍ୱେ ବର୍ମାକୁ ଟେକି ଦେଇ ଥିଲେ । ବଙ୍ଗଳାଦେଶକୁ ତିନିବିଘା, ବର୍ମାକୁ କୋକୋ ଦ୍ୱୀପ, ଶ୍ରୀଲଙ୍କାକୁ କଚ୍ଛାତିଭୁ ଅଞ୍ଚଳ କଂଗ୍ରେସ ସରକାର ଦେଇଥିଲେ । ଏବେ କୋକୋ ଦ୍ୱୀପରେ ଚୀନ ଭାରତ ଉପରେ ଦୃଷ୍ଟି ରଖିବାକୁ ବ୍ୟବସ୍ଥା କରିଛି । ନେହେରୁଙ୍କ ଅନୁପସ୍ଥିତିର ସୁଯୋଗରେ ୧୩ ସେପ୍ଟେମ୍ବର ୧୯୪୮ରେ ହାଇଦ୍ରାବାଦକୁ ଭାରତରେ ସର୍ଦ୍ଦାର ପଟେଲ ମିଶାଇ ଦେଇଥିଲେ । ବିଦେଶ ଗସ୍ତରୁ ଆସୁଥିବା ନେହେରୁ ଏହି ଖବର ପାଇଲାକ୍ଷଣି ଫୋନ୍‌କୁ ରାଗରେ ଫିଙ୍ଗି ଦେଇଥିଲେ । ଏହିସବୁ ତଥ୍ୟରୁ ଯାହା ଜଣାପଡେ ଦେଶର ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ନଦେବା ହେତୁ କଂଗ୍ରେସ ଶାସନ କାଳରେ ଭାରତ ହଜାର ହଜାର ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଶତ୍ରୁ ଦେଶର ହାତରେ ହରାଇଛି । ଏକ ଶତ୍ରୁଦେଶର ଦଳସହ କଂଗ୍ରେସ ଦଳ କିପରି ବୁଝାମଣା କଲା ତାହାର ଅନୁସନ୍ଧାନ କରାଯିବା ନିହାତି ଆବଶ୍ୟକ । ଏହା ପଛରେ ଯଦି କିଛି ଅଭିସନ୍ଧି ଥାଏ ତାହା ଲୋକଲୋଚନକୁ ଅଣାଯିବା ଆବଶ୍ୟକ । ଏହି ବୁଝାମଣା ମାଧ୍ୟମରେ ଯଦି ଦେଶର କ୍ଷତି କରିବାକୁ ପ୍ରୟାସ ହେଉଥାଏ ତେବେ ତାହା ବନ୍ଦ ହେବା ଦରକାର । କାରଣ ୨୦୦୪ ବେଳକୁ ଚୀନ ଭାରତକୁ ୬ ବିଲିଅନ ଡଲାର ମାଲ ପଠାଉଥିଲା ବେଳେ କଂଗ୍ରେସ ସରକାର କ୍ଷମତାରୁ ଯିବା ବେଳକୁ ତାହା ବଢି ବଢି ୨୦୧୪ରେ ୫୬ ବିଲିଅନ ଡଲାରରେ ପହଞ୍ôଚଥିଲା । ଅଥଚ ଏବେ ରାହୁଳ ଗାନ୍ଧି ଭାରତର ବଜାରରେ ଚୀନା ମାଲ ବିରୋଧକୁ କଟାକ୍ଷ କରୁଛନ୍ତି ଯାହା ସନ୍ଦେହ ସୃଷ୍ଟି କରିଛି । ତେଣୁ ଚୀନ- କଂଗ୍ରେସ ସଂପର୍କ ସନ୍ଦେହାସ୍ପଦ ରହିଛି । ଭାରତୀୟ ସମ୍ବାଦ ସେବା (ଭାସ୍‌) ଭୁବନେଶ୍ୱର-୭୫୧୦୦

Comments