ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରନ୍ତୁ ପ୍ରଧାନମନ୍ତ୍ରୀ


 ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟର ସଭାପତି ନୃତ୍ୟଗୋପାଲ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ନିମନ୍ତ୍ରଣ ପଠାଇବେ । ମହନ୍ତ କମଲ ନୟନ ଦାସଙ୍କ ଅନୁଯାୟୀ ସେ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ବନ୍ଧରେ ନିମନ୍ତ୍ରଣ ପତ୍ର ଦେବେ । ମହନ୍ତ କମଲ ନୟନ ଦାସ କହିଛନ୍ତି, ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଭାପତି ନୃତ୍ୟଗୋପାଲ ଦାସ ସୋମବାର କିମ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇବେ । ସେ କହିଛନ୍ତି, ଶ୍ରାବଣ ମାସରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂପି ପୂଜନ କରିବାକୁ ଚାହୁଁଛୁ । ଏଥିପାଇଁ ଆମେ ଚାହୁଁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଭୂମି ପୂଜନ ହେଉ । ଉଲ୍ଲେଖନୀୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଲ ଦାସଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ରବିବାର ଅଯୋଧ୍ୟା ଗସ୍ତରେ ଏଠାରେ ପହଞ୍ଚିଥିଲେ । ଏହି ଅବସରରେ ସେ ରାମ ଜନ୍ମଭୂମି ସ୍ଥଳ ଯାଇ ରାମଲଲାଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଏଥିସହ ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ସାଧାରଣ ଜନତାଙ୍କ ଭୂମିକାକୁ ନେଇ ମଧ୍ୟ ରଣନୀତି ତିଆରି କରିଛି । ଅର୍ଥାତ ଲୋକଙ୍କ ଆର୍ôଥକ ଓ ଶାରୀରିକ ସହଯୋଗରେ ରାମ ମନ୍ଦିରର ନିର୍ମାଣ ହେବ । ବିଶ୍ୱ ହିନ୍ଦୁ ପରିଷଦ ସ୍ଥିର କରିଛି ଯେ, ଥରୁଟିଏ କରୋନା ସଙ୍କଟ ଟଳିଯିବା ପରେ କାରସେବା ହେବ ଏବଂ ଜନତା ଚାନ୍ଦା ମଧ୍ୟ ଦେବେ

Comments