ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବା ପାଇଁ ଆବେଦନକର୍ତ୍ତା ନିଜ ଆବେଦନର ନକଲ ସମ୍ବନ୍ଧିତ ମନ୍ତ୍ରଣାଳୟ ପାଖକୁ ପଠାନ୍ତୁ : ସୁପ୍ରିମକୋର୍ଟ

 


ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ କରିବାର ଯାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସମ୍ବିଧାନରେ ପୂର୍ବରୁ ହିଁ ଦେଶର ନାମ ଭାରତ ରହିଛି । କୋର୍ଟ କହିଥିଲେ ଯେ, ଆବେଦନକର୍ତ୍ତା ନିଜ ଆବେଦନର ନକଲ ସମ୍ବନ୍ଧିତ ମନ୍ତ୍ରଣାଳୟ ପାଖକୁ ପଠାନ୍ତୁ, ସରକାର ନିଦ୍ଧାଯିରତ କରିପାରିବେ କି କଣ କରାଯିବ । ଦିଲ୍ଲୀର କିସାନ ନମହ ଜନସ୍ୱାର୍ଥ ଯାଚିକା ଦାଖଲ କରି ସମ୍ବିଧନର ଅନୁଚ୍ଛେଦ-୧ରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଏହାରି ଜରିଆରେ ଦେଶକୁ ଇଁରାଜୀରେ ଇଣ୍ଡିଆ ଏବଂ ହିନ୍ଦୀରେ ଭାରତ ନାମ ଦିଆଯାଇଥିଲା । ଆବେଦନକର୍ତ୍ତାଙ୍କ କହିବା କଥା ଯେ, ଇଣ୍ଡିଆ ନାମ ହଟାଇବାରେ ଭାରତ ସରକାରଙ୍କ ବିଫଳତା ଇଂରେଜୀଙ୍କ ଦାସତ୍ୱର ପ୍ରତୀକ । ଦେଶର ନାମ ଇଂରାଜୀରେ ବି ଭାରତ କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ଜାତୀୟ ଭାବନା ବଢିବ ଏବଂ ଦେଶକୁ ଏକ ଭିନ୍ନ ପରିଚୟ ମିଳିବ । ପ୍ରାଚୀନ କାଳରୁ ହିଁ ଦେଶକୁ ଭାରତ ନାମରେ ଜଣାଯାଉଥିଲା । କିନ୍ତୁ ଇଂରେଜଙ୍କ ୨୦୦ ବର୍ଷର ଦାସତ୍ୱରୁ ମିଳିଥିବା ସ୍ୱାଧୀନତା ପରେ ଇଂଗ୍ରାଜୀରେ ଦେଶର ନାମ ଇଣ୍ଡିଆ କତରିଦିଆ ଗଲା । ଦେଶର ପ୍ରାଚୀନ ଇତିହାସକୁ ଭୁଲିଯିବା ଉଚିତ ନୁହେଁ । ଏଥିପାଇଁ ଦେଶର ପ୍ରକୃତ ନାମ ଭାରତକୁ ହିଁ ମାନ୍ୟତା ଦିଆଯିବା ଆବଶ୍ୟକ । ଆବେଦନକର୍ତ୍ତାଙ୍କ କହିବା କଥା ଯେ, ଇଂରେଜମାନେ ଦାସତ୍ୱକୁ ଇଣ୍ଡିଆନ କହୁଥିଲେ । ସେମାନେ ହିଁ ଦେଶକୁ ଇଁରେଜରେ ଇଣ୍ଡିଆ ନାଁ ଦେଇଥିଲେ । ୧୫ ନଭେମ୍ବର ୧୯୪୮ରେ ସମ୍ବିଧନର ଅନୁଚ୍ଛେଦ-୧ ର ମସୁଦା ଉପରେ ତର୍କ କରି ଏମ୍ ଅନନ୍ତଶୟନମ ଅୟଙ୍ଗର ଏବଂ ସେଠ ଗୋବିନ୍ଦ ଦାସ ଦେଶର ନାମ ଇଂଗ୍ରାଜୀରେ ଇଣ୍ଡିଆ ରଖାଯିବାକୁ ଜୋରଦାର ବିରୋଧ କରିଥିଲେ । ସେମାନେ ଇଣ୍ଡିଆ ସ୍ଥାନରେ ଇଂଗ୍ରେଜୀରେ ଭାରତ, ଭାରତବର୍ଷ ଏବଂ ହିନ୍ଦୁସ୍ତାନ ନାମଗୁଡିକର ପରାମର୍ଶ ଦେଇଥିଲେ । କିନ୍ତୁ ସେ ସମୟରେ ଧ୍ୟାନ ଦିଆଯାଇନଥିଲା । 

Comments

Post a Comment