ଚାଇନା ବିରୋଧରେ ସ୍ୱଦେଶୀ ଜାଗରଣ ମଂଚ କଟକ ତରଫରୁ ବିକ୍ଷୋଭ ପ୍ରଦର୍ଶନ



କଟକ, ୨୪/୦୬  : ସ୍ୱାଦେଶୀ ଜାଗରଣ ମଂଚ କଟକ ମହାନଗର ତରଫରୁ ଚାଇନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ, ବିଜୁପଟ୍ଟନାୟକ ଛକଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବିକ୍ଷୋଭର ମୂଳ ଉଦ୍ଦେଶ୍ୟ ଥିଲା ଚାଇନା ବସ୍ତୁକୁ ବର୍ଜନ କରାଯାଉ । ଏହି କାର୍ଯ୍ୟକ୍ରମରେ ସଂଯୋଜକ ପ୍ରହଲ୍ଲାଦ ବେହେରାଙ୍କର ନେତୃତ୍ୱରେ ହୋଇଥିଲା । ଏଥିରେ ମହାନଗର ବିଭାଗ, ଜିଲ୍ଲା ଓ ପ୍ରାନ୍ତୀୟ ବିଭିନ୍ନ ଦାଇତ୍ୱରେ ଥିବା କାର୍ଯ୍ୟକର୍ତା ମାନେ ଯଥା, ସୁବାଶିଷ ମହାନ୍ତି, ବିଷ୍ଣୁପ୍ରିୟା ବେହେରା, ପ୍ରଭାତ ପାଢୀ, ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments