ଭୁବନେଶ୍ୱର, ୩୦/୭: ଯେଉଁ ପିଲାମାନଙ୍କ ପାଖରେ ଖାଇବାକୁ ଅଛି, ରହିବାକୁ ଅଛି, ପାଠ ପଢିବା ପାଇଁ ଯାହା ଯାହା ଦରକାର ସବୁକିଛି ଅଛି ସେମାନେ ଯାହା କରି ନପାରିଛନ୍ତି,ବନବାସୀ ଛାତ୍ରଛାତ୍ରୀମାନେ ତାହା କରି ଦେଖାଇଛନ୍ତି । ଯେଉଁମାନଙ୍କ ପାଖରେ କି ବିଦ୍ୟା ଅଧ୍ୟୟନ ପାଇଁ କିଛି ନାହିଁ,ବନବାସୀ କଲ୍ୟାଣ ଆଶ୍ରମର ଛାତ୍ରାବାସରେ ରହି ପାଠ ପଢୁଛନ୍ତି ।
ଗତ ଜୁଲାଇ ୨୯ ତାରିଖ ଦିନ ଓଡିଶା ସରକାରଙ୍କର ଦ୍ୱାରା ପରିଚାଳିତ ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଚଳିତ ବର୍ଷ ବନବାସୀ କଲ୍ୟାଣ ଆଶ୍ରମ,ଓଡିଶା ଦ୍ୱାରା ପରିଚାଳିତ ଜନଜାତି ଛାତ୍ରାବାସର ମୋଟ ୩୫ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇ ଥିଲେ ଏବଂ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪ ଜଣ ଛାତ୍ର ଓ ଜଣେ ସୁନ୍ଦରଗଡ ବଣେଇ ଛାତ୍ରୀ ନିବାସର ଛାତ୍ରୀ ସିନି କଷାନ । ଭୁବନେଶ୍ୱର, ସୁନ୍ଦରଗଡ, କଳାବଣିଆ ଓ ରାଇକିଆ ଛାତ୍ରାବାସରେ ଛାତ୍ରମାନେ ୧୧ଟି ଜିଲ୍ଲାରୁ ଆସି ଅଧ୍ୟୟନ କରୁଥିଲେ । ସମସ୍ତେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ସହିତ ବନବାସୀ କଲ୍ୟାଣ ଆଶ୍ରମର ଛାତ୍ରାବାସରେ ରହି ପ୍ରଶିକ୍ଷିତ ହେଉଥିଲେ । ଭୁବନେଶ୍ୱରର ଛାତ୍ରବାସରେ ରହି ପଢୁଥିବା ରାୟଗଡା ଜିଲ୍ଲାର ଶ୍ରୀ ପ୍ରସାଦ ପିଡିସିକା ପଳାଶୁଣି ହାଇସ୍କୁଲରେ ପରୀକ୍ଷା ଦେଇ ୮୨% ନମ୍ବର ରଖି ଛାତ୍ରାବାସରେ ପ୍ରଥମ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି । ୬ ଜଣ ଛାତ୍ର ପ୍ରଥମ ଶ୍ରେଣୀ ଏ-୨, ବି-୧ ରେ ୫ ଜଣ ସି ରେ ୧୭ ଜଣ ଡି ଏବଂ ୭ ଜଣ ଇ ରେ ସ୍ଥାନ ପାଇଛନ୍ତି । ବନବାସୀ କଲ୍ୟାଣ ଆଶ୍ରମ ଆଜକୁ ୨୪ ବର୍ଷ ଧରି ଜନଜାତି ଛାତ୍ରଛାତ୍ରୀଙ୍କର ପଢିବାର ବ୍ୟବସ୍ଥା କରି ବନବାସୀ ଶିକ୍ଷାର ବିାକଶରେ ଯୋଗଦାନ ପ୍ରଦାନ କରି ଆସିଥିବା କଥା ପ୍ରାନ୍ତର ସମସ୍ତ ଛାତ୍ରାବାସ କଥା ବୁଝୁଥିବା ସହପ୍ରାନ୍ତ ସଂଗଠନ ମନ୍ତ୍ରୀ ସୁରେଶ ମିଶ୍ର ପ୍ରକାଶ କରିଛନ୍ତି । କରୋନା ମହାମାରୀ ଯୋଗୁଁ କଲ୍ୟାଣ ଆଶ୍ରମ ପ୍ରାନ୍ତୀୟ ସମିତିର କାର୍ଯ୍ୟକର୍ତାମାନେ ସବୁ ଛାତ୍ରଙ୍କୁ ତାଙ୍କର ସଫଳତା ପାଇଁ ଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।
Comments
Post a Comment