ତାଳଚେର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ୨୦୧୯-୨୦ ଶିକ୍ଷା ବର୍ଷର ମାଟ୍ରିକ ବୋର୍ଡ ପରୀକ୍ଷାରେ ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତକଡା ଶହେ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ-୨ ଗ୍ରେଡରେ ୨ ଜଣ,ବି୧ରେ ୭ ଜଣ, ବି-୨ରେ ୮ ଜଣ ସହ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଏଭଳି ସଫଳତାକୁ ନେଇ ପ୍ରଧାନ ଆଚାର୍ଯ୍ୟ ଅନୀଲ କୁମାର ଦେହୁରୀ, ପରିଚାଳନା ସମିତିର ସଭାପତି ଦିବାକର ବାରିକ, ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,ସହ ସମ୍ପାଦକ ତପନ କୁମାର ସାହୁଙ୍କ ସମେତ ପରିଚାଳନା ସମିତିର ସଦସ୍ୟ, ସଦସ୍ୟା ତଥା ସମସ୍ତ ଗୁରୁଜୀ,ଗୁରୁମା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ. ବିଗତ ୫ ବର୍ଷ ଧରି କଳମଛୁଇଁ ଶିଶୁ ବିଦ୍ୟାମନ୍ଦିରର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ହେଉଥିବାରୁ ଏହା ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରିଛି ।
Comments
Post a Comment