ଗୋରୁ ବୋଝେଇ ଟ୍ରକ୍ କଂଟେନର୍ ଜବତ, ଡ୍ରାଇଭର୍ ସମେତ ୫ ଗିରଫ


ବେଲପାହାଡ଼, ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୧୯ଖଣ୍ଡ ମୌଜା ଆମାପାଲି ଗ୍ରମ ନିକଟରୁ ୨୯ ତାରିଖ ଦିନ ବିଳମ୍ବିତ ରାତିରେ ଗ୍ରମବାସୀଙ୍କ ଠାରୁ ଖବର ପାଇ ପୋଲିସ୍ ଏକ ଗୋରୁ ବୋଝେଇ ଡବ୍ଲ୍ୟୁ ବି ୧୭ ୪୮୭୬ ନମ୍ବର ବିଶିଷ୍ଠ କଂଟେନର୍ ଟ୍ରକକୁ ଜବତ କରିବା ସହ ବେଆଇନ୍ ଗୋ ଚାଲାଣ ଅଭିଯୋଗରେ ପାଂଚ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଟ୍ରକ୍ ଚାଳକ ସାମିମ୍ ଅହମ୍ମଦ୍ (୫୨), ରାୟଗଡ ଜିଲ୍ଲା ସରିଆ ଅଂଚଳର ଅବୋଧ ରାମ ୟାଦବ୍‌(୩୧), ଭରତଲାଲ୍ ମିରି(୩୨), ଆମାପାଲି ଗ୍ରମର ନର ସାରର(୩୮) ଓ ସୁବାସ ସାଗର ପ୍ରମୁଖ । ଅଭିଯୁକ୍ତଙ୍କ ଠାରୁ ୩୦ ହଜାର ଟଙ୍କା ସହ ୫୦ ରୁ ଉର୍ଦ୍ଧ ଗୋରୁ ପୋଲିସ ଜବତ କରିଥିବା ବେଳେ ଗୋରୁ ମାନଙ୍କୁ ଝାରସୁଗୁଡାସ୍ଥିତ ଗୋଶାଳାରେ ଛାଡିଛି । ବୁଧବାର ରାତିରେ ସ୍ଥାନୀୟ ଅଂଚଳର କେତେକ ଗୋରୁ ଦଲାଲ ଅଂଚଳରୁ ଗୋରୁ ସଂଗ୍ରହ କରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ବେଳେ ଗୋରୁ ବୋଝେଇ ଟ୍ରକ୍‌ଟି ଆମାପାଲି ଗ୍ରମ୍ୟ କଚ୍ଚା ରାସ୍ତାରେ ଫସିଯାଇ ବାହାରି ପାରିନଥିଲା । ସ୍ଥାନୀୟ ଲୋକେ ଏଥିରେ ଗୋରୁ ବୋଝେଇଥିବାର ଜାଣି ରେଙ୍ଗାଲି ପୋଲିସକୁ ଖବରଦେଇଥିଲେ । ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ସଦଳବଳେ ଘଟଣାସ୍ଥଳରେ ପହଂଚି ହାଇଡ୍ରା ମେସିନ୍ ସାହାଯ୍ୟରେ ଟ୍ରକ୍‌ଟିକୁ ବାହାର କରି ଥାନାକୁ ନେଇଥିଲେ । କିଛି ଅସାଧୁ ବ୍ୟବସାୟୀମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛତିଶଗଡ ଓ ଓଡିଶା ସୀମାନ୍ତ ଅଂଚଳ ମାନଙ୍କରୁ ଗୋରୁ କିଣି ପଶ୍ଚିମ ବଙ୍ଗକୁ ବେଆଇନ୍ ଚାଲାଣ କରୁଛନ୍ତି । 

Comments