ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ହାଇସ୍କୁଲ ପରୀକ୍ଷାରେ ସଫଳତା

କେନ୍ଦୁଝର: ଚଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ -୨୦୨୦ ପ୍ରକାଶ ପାଇବା ଅବସରରେ ସ୍ଥାନୀୟ କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମୋଟ ୧୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ଆଦ୍ୟ ଓଁକାର ପଣ୍ଡା-୫୪୬ ନମ୍ବର, ପ୍ରିୟଙ୍କା ଗିରି- ୫୪୬ ନମ୍ବର, ପୂରବୀ ପାଣିଗ୍ରାହୀ୫୪୨ ନମ୍ବର, ଅଭିପ୍ସା ତ୍ରିପାଠୀ-୫୪୦ ନମ୍ବର, ପ୍ରତିକରାଜ ମହାକୁଡ- ୫୪୦ ନମ୍ବର ରଖି ଏ-୧ ଗ୍ରେଡରେ ପାସ କରି ବିଦ୍ୟାଳୟର ଗୌରବ ବଜାୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଏ-୨ ଗ୍ରେଡରେ ୧୩ଜଣ, ବି-୧ ଗ୍ରେଡରେ ୩୨ଜଣ, ବି-୨ ଗ୍ରେଡରେ ୨୯ଜଣ, ସି ଗ୍ରେଡରେ ୨୬ଜଣ, ଡି ଗ୍ରେଡରେ ୩୮ଜଣ ଓ ଇ ଗ୍ରେଡରେ ୧୭ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସମିତି, ଗୁରୁଜୀଗୁରୁମା ଓ ଅଭିଭାବକମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଭବିଷ୍ୟତରେ ସମାଜରେ ଜଣେ ଜଣେ ପ୍ରତିଭାବାନ ବ୍ୟକ୍ତି ଭାବରେ ଦଣ୍ଡାୟମାନ ହୁଅନ୍ତୁ ପ୍ରଭୁ ଜଗନ୍ନାଥ ତଥା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । 

Comments