ପିପିଲି:ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ପିପିଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପିପିଲି ବ୍ଲକରେ ବାଜିମାତ କରିଛି । ପିପିଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶିବଦତ ସାହୁ ପିପିଲି ବ୍ଲକରେ ସର୍ବାଧ୍ଚଳ ୫୭୦ ନମ୍ବର ୯୫ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି । ସେ ଏରୋସ୍ପେସ ବୈଜ୍ଞାନିକ ହେବାର ଲକ୍ଷ ରଖିଛନ୍ତି । ଦିନକୁ ପ୍ରାୟ ସେ ୧୩ ଘଂଟା ପାଠ ପଢାରେ ସେ ସମୟ ଦେଉଥିଲେ । ସଫଳତା ପାଇଁ ସେ ନିଜର ବାପା, ମା ଓଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା ହାର ଶତ ପ୍ରତିଶତ ରହିଛି । ଏଠାରେ ଏ-୧ ଗ୍ରେଡରେ୧୦ଜଣ, ଏ-୨ ରେ ୩୪, ବି-୧ରେ ୨୬, ବି-୨ରେ ୪୨, ସି ରେ ୨୦ ଓ ଡି ଗ୍ରେଡ ରେ ୬ଜଣ ଉତୀର୍ଣ୍ଣ ହୋଇଛନ୍ତି । ଉକ୍ତ ଶିଶୁ ବିଦ୍ୟା ମନ୍ଦିରର ସର୍ବାଧିକ ୧୦ଜଣ ଛାତ୍ରଛାତ୍ରୀ ଏ୧ରେ ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଏ୧ରେ ସଫଳତା ହାସଲ କରିଥିବା ଅନ୍ୟ ବିଦ୍ୟାର୍ଥିମାନେ ହେଲେ ଉକ୍ତ ଶିଶୁ ମନ୍ଦିରର ଅନିକେତ ସାହୁ(୫୬୫,୯୪.୧%), ଅଂଶୁମାନ ପ୍ରସାଦ ସାହୁ(୫୬୫,୯୪.୧%), ବିଶ୍ୱଜିତ ପ୍ରୀୟଦର୍ଶି(୫୬୧,୯୩.୫%), ସୁବ୍ରତ ନାୟକ(୫୫୫,୯୨.୫%),ଅବିନାଶ ମହାପାତ୍ର(୫୪୯,୯୧.୫%) ଚିରଂଜିତ ଦାଶ(୫୪୭,୯୧.୧%), ଅମାଇକା ପ୍ରୀୟମ୍ବଦା(୫୪୬,୯୧%), ବିଶ୍ୱରଂଜନ ସାହୁ(୫୪୦,୯୦%), ବଦେଶ ସାତ୍ୟକ ମିଶ୍ର(୫୪୦,୯୦%) । ସେହିପରି ମଙ୍ଗଳପୁର ପଦ୍ମାବତୀ ଉଚ୍ଚ ବିଦ୍ୟାପୀଠର ଶ୍ରଦ୍ଧାଶ୍ରୀ ମହାପାତ୍ର(୫୬୪,୯୪%) , ଚନ୍ଦ୍ରାଦେଇପୁର ଆରକେଏସ ୟୁଜି ହାଇସ୍କୁଲର ଛାତ୍ରୀ ପ୍ରତ୍ୟୁଷା ପାଇଟିଆଳ(୫୪୦,୯୦%), କୋଠସାହି ଉତ୍କଳମଣୀ ସ୍ମୃତି ବିଦ୍ୟାପୀଠର ଅଭିଷେକ ମିଶ୍ର(୫୪୦,୯୦%) ଓ ପିପିଲି ଜବାହାର ବିଦ୍ୟାପୀଠର ସେକ ସାହିଦ ରାଜା(୫୪୦,୯୧%) , ଗୋବିନ୍ଦପୁର ହାଇସ୍କୁଲର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା (୫୪୨,୯୦%) ନମ୍ବର ରଖି ଏ୧ ଗ୍ରେଡ ପାଇ ସ୍କୁଲ ଟପ୍ପର ହୋଇଛନ୍ତି । ପିପିଲିବ୍ଲକର ମଧୁପୁରସ୍ଥିତ ଦକ୍ଷିଣେଶ୍ୱରୀ ପ୍ରଦୀପ ମହାରଥି ହାଇସ୍କୁଲ ଶତ ପ୍ରତିଶତ ସଫଳତା ପାଇବାରୁ ଅଳ୍ପକେ ଖସିଯାଇଛି । ଏଠାରେ ୩୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୬ଜଣ କୃତକାର୍ଯ୍ୟ ହୋଇଛନ୍ତି । ନହଳାପଡା ହାଇସ୍କୁଲରେ ସଫଳତା ହାର ୯୮ ପ୍ରତିଶତ ରହିଛି । ଏଠାରୁ ମଧ୍ୟ ଜଣେ ଏ-୧ ଗ୍ରେଡ ପାଇଛନ୍ତି । ପିପିଲି ପୌରାଂଚଳର ଜବାହର ବିଦ୍ୟାପୀଠରେ ୧୦୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୦ଜଣ ଉତୀର୍ଣ୍ଣ ହୋଇ ୯୩ପ୍ରତିଶତ ସଫଳତା ହାର ରହିଥିବା ବେଳେ ଏ-୧ ଗ୍ରେଡରେ ସେକ ସାହିଦ ରାଜା ପାସ କରି ସ୍କୁଲ ଟପ୍ପର ହୋଇଛନ୍ତି । ପୌରାଂଚଳର ଅନ୍ୟତମ ସ୍କୁଲ ପିପିଲି ହାଇସ୍କୁଲରେ ସଫଳତା ହାର ୯୪ ପ୍ରତିଶତ ରହିଛି । ଦାଣ୍ଡମୁକୁନ୍ଦପୁରସ୍ଥିତ ଜିଏମ ହାଇସ୍କୁଲରେ ୧୫୮ଜଣ ପରକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଜଣ ଉତୀର୍ଣ୍ଣ ହୋଇ ସଫଳତା ହାର ୯୪ପ୍ରତିଶତ ରହିଛି । ଲକ୍ଷ୍ମୀନାରାୟଣପୁରର ସ୍ୱପ୍ନେଶ୍ୱର ଦେବ ବିଦ୍ୟାପୀଠର କୃତକାର୍ଯ୍ୟ ହାର ୮୬ପ୍ରତିଶତ, ଶିଉଳା ହାଇସ୍କୁଲରେ ୮୬ ପ୍ରତିଶତ, ପୁବାଶାସନ ଗ୍ରାମ ପଂଚାୟତ ହାଇସ୍କୁଲରେ ୯୬ପ୍ରତିଶତ, ସାତଶଙ୍ଖସ୍ଥିତ ଉତରାୟଣୀ ବିଦ୍ୟାପୀଠରେ ୯୨ ପ୍ରତିଶତ ସଫଳତା ରହିଛିା
Comments
Post a Comment