କରୋନାର ସଠିକ୍ ପରିଚାଳନା ଓ ଡାକ୍ତର ସମସ୍ୟା ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଡାକ୍ତର ସମସ୍ୟା ଓ କରୋନାର ସଠିକ୍ ପରିଚାଳନାର ଅବହେଳାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମହାମାରୀ କରୋନା ପରିଚାଳନା ନିମନ୍ତେ କେନ୍ଦ୍ରସରକାର ବହୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ତେବେ ଏହାକୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ସଠିକ୍ ଭାବେ କାର୍ଯ୍ୟକାରୀ କରୁନାହାଁନ୍ତି । ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ କରୋନା ପରିଚାଳନାରେ ବହୁ ଅବହେଳା କରାଯାଉଛି । ଜିଲ୍ଳାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ଜିଲ୍ଲାରେ ଡାକ୍ତର ଅଭାବ ହୋଇଛି । ନବରଙ୍ଗପୁର ଜିଲ୍ଳାରେ ୨୬୪ ଜଣ ଡାକ୍ତର ପଦବୀ ମଧ୍ୟରୁ ୧୦୫ ଡାକ୍ତରୀ ନିଯୁକ୍ତି ଦିଆଯାଇଛି । ଯାହାକି ଏହି ଆଦିବାସୀ ଅଧ୍ୟ୍ୟୁଷିତ ଜିଲ୍ଲା ପ୍ରତି ରାଜ୍ୟ ସରକାର ଅବହେଳା କରାଯାଇଛି । ଏଭଳି ପରିସ୍ଥିତିରେ ଜିଲ୍ଲାର ୨୧ଜଣ ଆୟୁଷ ଡାକ୍ତରଙ୍କୁ ଗଞ୍ଜାମ ଜିଲ୍ଲାକୁ ବଦଳି ହେବା ପରେ ପୁଣି ସିଡିଏମଓ ୨ବରିଷ୍ଠ ଡାକ୍ତରଙ୍କର ବଦଳି କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ସମୟରେ ସରକାରଙ୍କ ଜିଲ୍ଲାରୁ ଡାକ୍ତରଙ୍କ ବଦଳି ଯୋଗୁଁ ଜିଲ୍ଲାରେ ଚିକିତ୍ସା ସେବାରେ ବାଧା ସୃଷ୍ଟି ହୋଇଛି । ପଡୋଶୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଏଡାର ବ୍ୟତିକ୍ରମ ଦେଖାଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆକ୍ରାନ୍ତ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଶାସନ ଲୁଚାଉଥିବାରୁ ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେବା ବୋଲି ବିଜେପି ପକ୍ଷରୁ ଆଶଙ୍କା କରାଯାଇଛି । ଜିଲ୍ଲାରେ କୋଭିଡ୍ ଡାକ୍ତରଖାନାରେ ଭଲ ଚିକିତ୍ସା କରାଯାଉନଥିବା ବେଳେ ଟିଏମସିରେ ଭଲ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହେଉଥିବା ନେଇ ସ୍ମାରକ ପତ୍ରରେ ଦର୍ଶାଯାଇଛି । ତେବେ ଜିଲ୍ଲାରେ ଡାକ୍ତର ଅଭାବ ପୂରଣ ସହିତ କରୋନା ପରିଚାଳନାରେ ଅବହେଳାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସଠିକ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି । ବିଜେପି ଜିଲ୍ଳା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀଙ୍କ ନେତୃତ୍ୱରେ ଜିଲ୍ଳାପାଳ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ସ୍ମାରକ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଛା ସଭାପତି କାହ୍ନୁ ଦାସ, ଅନନ୍ତ ପଣ୍ଡା, ବାବୁଲି ପାଳ, ସନ୍ତୋଷ ମିଶ୍ର, ଅରୁଣ ପୂଜାରୀ, ଶର୍ମିଷ୍ଠା ଦେଓ, ଅଶୋକ ପ୍ରଧାନ, ଭୁବନ ନାୟକ, ଚନ୍ଦନ ପଟ୍ଟନାୟକ, ଶୁଭମ ଚୌଧୁରୀ, କେ, କ୍ରିଷ୍ଠା ରାଓ, ରୁନା ମାଝୀ, ନିହାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । 

Comments